କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶହ ଶହ ବର୍ଷର ପରମ୍ପରା ଯମୁନା ଗାଧୁଆ ବୁଡ ଓ ନନ୍ଦ ଉତ୍ସବ ଅନୁଷ୍ଠିତ ହେଉଥିବା ପବିତ୍ର ସ୍ଥାନକୁ ପୁରୀଜିଲ୍ଲା ପ୍ରଶାସନ ବେଆଇନ ଭାବେ ହସ୍ତାନ୍ତର କରି ନିର୍ମାଣ କାର୍ଯ୍ୟ କରୁଥିବାକୁ ଅନୁଷ୍ଠାନ ତରଫରୁ ବିରୋଧ କାରାଯାଇଛି | ମାନ୍ୟବର ଓଡିଶା ହାଇ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିବାରେ ଓ ଜନସ୍ୱାର୍ଥ ମାମଲା ନମ୍ବର -WPC (c)no 14059/2020 ବିଚାରଧୀନ ଅଛି |କିନ୍ତୁ ପୁରୀଜିଲ୍ଲା ପ୍ରଶାସନ ସମସ୍ତ ଘଟଣା ସମ୍ପର୍କେ ଅବଗତ ଥାଇ ମଧ୍ୟ ଉକ୍ତ ଡିଷ୍ପୁଟ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁରଖିଥିବାକୁ ଯମୁନା ଗାଧୁଆ ବୁଡ ଓ ନନ୍ଦ ଉତ୍ସବ ସୁରକ୍ଷା ସମିତି ପରମ୍ପରାର ସୁରକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ଉକ୍ତ ସ୍ଥାନରେ ସାମାଜିକ ଦୂରତା ରକ୍ଷାକରି ଓ ମାସ୍କ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଅହିଂସା
ମାର୍ଗ ଅନୁସରଣ କରି ଦାବୀପୂରଣ ହେବାପର୍ଯ୍ୟନ୍ତ ଓ ଜନସ୍ୱାର୍ଥ ମାମଲାର ବିଚାର ଶେଷ ପର୍ଯ୍ୟନ୍ତ ଗଣଧାରଣା ତା ୨୯/୦୯/୨୦୨୦ ରିଖ ସକାଳ ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କରାଯିବାକୁ ସ୍ତିର କରାଯାଇଛି |ଜନସାଧାରଣଙ୍କର ଧାର୍ମିକ ମନୋଭାବକୁ ବିଚାରକୁ ନେଇ ବିହିତ ପଦକ୍ଷେପ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରାଯିବା ସହିତ ଦାବୀପତ୍ରର ଏକକିତା ଅବିକଳ ନକଲ ପୁରୀଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ, ତହସିଲଦାର , ବାସେଳୀ ସାହି ଥାନା ଅଧିକାରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି |
ପୁରୀ ମଙ୍ଗଳା ଘାଟ ଯମୁନା ଗାଧୁଆ ବୁଡ ଓ ନନ୍ଦ ଉତ୍ସବ ସୁରକ୍ଷା ସମିତିର ସଭାପତି ଶ୍ରୀ ଭଗବାନ ମହାପାତ୍ର ଏହି ସୂଚନା ପ୍ରଦାନ କରିଛନ୍ତି |