-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୫୫୫ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୬,୯୫୯ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୧୨୧, ବାଲେଶ୍ୱର ଜିଲ୍ଲାରେ ୭୪୪୬ , ବରଗଡ ଜିଲ୍ଲାରେ ୬୨୭୩, ଭଦ୍ରକ ଜିଲ୍ଲାରେ ୫୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୧୯୪. ବୌଦ୍ଧ ଜିଲ୍ଲାରେ ୧୮୬୧, କଟକ ଜିଲ୍ଲାରେ ୨୦,୧୬୧, ଦେବଗଡ ଜିଲ୍ଲାରେ ୬୨୬, ଢେଙ୍କାନାଳ ଜିଲ୍ଲାରେ ୩୬୮୯. ଗଜପତି ଜିଲ୍ଲାରେ ୩୫୩୭, ଗଂଜାମ ଜିଲ୍ଲାରେ ୨୦୦୯୭ , ଜଗତସିଂହପୁର ଜିଲ୍ଲାରେ ୫୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୮୧୫୨, ଝାରସୁଗୁଡା ଜିଲ୍ଲାରେ ୪୩୮୭, କଳାହାଣ୍ଡି ଜିଲ୍ଲାରେ ୩୧୮୦, କନ୍ଧମାଳ ୪୩୮୬, କେନ୍ଦ୍ରାପଡା ଜିଲ୍ଲାରେ ୪୯୩୩, କେନ୍ଦୁଝର ଜିଲ୍ଲାରେ ୪୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୦୯୭ , ମାଲକାନଗିରି ଜିଲ୍ଲାରେ ୩୫୩୬, ମୟୁରଭଂଜ ଜିଲ୍ଲାରେ ୭୯୧୬. ନବରଙ୍ଗପୁର ଜିଲ୍ଲାରେ ୩୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୭୦୪, ନୂଆପଡା ଜିଲ୍ଲାରେ ୩୦୪୫ , ପୁରୀ ଜିଲ୍ଲାରେ ୯୮୮୨, ରାୟଗଡା ଜିଲ୍ଲାରେ ୭୪୩୨. ସମ୍ବଲପୁର ଜିଲ୍ଲାରେ ୫୮୫୧ . ସୁବର୍ଣପୁର ଜିଲ୍ଲାରେ ୨୮୧୦ ଓ ସୁନ୍ଦରଗଡ ଜିଲ୍ଲାରେ ୭୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୮୬୮ ହୋଇଛି ।