
ଭୁବନେଶ୍ୱର– ଓଙ୍ଗିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଉ ପାଂଚ ଜଣ ବିଧାୟକ କରୋନା ଚିହ୍ନଟ ହୋଇଛନ୍ତି । ଆଜି କରୋନା ଚିହ୍ନଟ ହୋଇଥିବା ବିଧାୟକମାନେ ହେଲେ ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ବୁଧାନ ମୁର୍ମୁ । ଉଲ୍ଲେଖନୀୟ ଯେ ସୋମବାର ଦିନ ୨୫ ବିଧାୟକଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା । ଏମାନଙ୍କ ମଧ୍ୟରୁ ପାଂଚ ଜଣ କର ରିପୋର୍ଟ ପଜିଟିଭ ଆସିଛି ।
ପ୍ରଥମ ପର୍ଯ୍ୟାୟରେ ୨ ଜଣ ବିଧାୟକ କରୋନା ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣ କରୋନା ଚିହ୍ନଟ ହୋଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ଚିହ୍ନଟ ହୋଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକଙ୍କର ମଧ୍ୟ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା ।