ରାଉରକେଲା– ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ଚାନ୍ଦିପୋଷ ଥାନା ବିରତୋଳା ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଗତକାଲି ନିଖୋଜ ଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣକର ମୃତଦେହ ଆଜି ଉଦ୍ଧାର କରିଛି ଓଡ଼୍ରାଫ୍ ଓ ଅଗ୍ନିଶମ ବାହିନୀ ଟିମ୍ । ତେବେ ଅଦ୍ୟାବଧି ଅନ୍ୟ ଜଣେ ଛାତ୍ର ନିଖୋଜ ଥିବା ଜଣାପଡିଛି ।
ପ୍ରକାଶ ଥାଉକି, ସମ୍ପୃକ୍ତ ଦୁଇ ଯୁବକ ରାଉରକେଲାରୁ ନିଜର କେତେକ ସାଙ୍ଗଙ୍କ ସହିତ ଭୋଜି କରିବାକୁ ଗତକାଲି ସେଠାକୁ ଯାଇଥିବା ବେଳେ ମଧ୍ୟାହ୍ନରେ ଫୁଟବଲ୍ ଖେଳୁଥିବା ବେଳେ ଫୁଟବଲଟି ନଦୀ ପାଣିରେ ପଡିଯାଇଥିଲା । ବଲ୍ ଆଣିବାକୁ ଯାଇ ସମ୍ପୃକ୍ତ ଦୁଇ ଛାତ୍ର ପ୍ରସନ୍ନ ସାହୁ ଏବଂ ଆୟାନ ବାଗ୍ ପାଣିରେ ବୁଡି ନିଖୋଜ ଥିଲେ । ସେମାନେ ରାଉରକେଲା ବାସନ୍ତୀ କଲୋନୀର ବୋଲି ଜଣାପଡିଛି ।