-
ତୁରନ୍ତ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହୃତ କରିବା ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୮/୦୯/୨୦୨୦,ପୁରୀ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହୃତ କରିବା ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |ଉଲ୍ଲେଖ ଯୋଗ୍ୟ କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି । ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଣ୍ଟା ସଳଖି ପାରିନାହାଁନ୍ତି । ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରୀ ଯୁବକ ନିଜର ଘର ଭାରବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ବରାନ୍ବିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ. ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ମଧ୍ୟ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ । ରାଜ୍ୟର ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖି ୬ହଜାର କୋଟି ଟଙ୍କା ବକେୟା ଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ବାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଦସ୍ୟ ପ୍ରେମଜୀତ ମହାନ୍ତି, ଚେତନ ମିଶ୍ର, ବିଶ୍ୱରଞ୍ଜନ ମହାନ୍ତି, ବିଶ୍ୱନାଥ ଦାଶ, ଶିବରାମ ପାତ୍ର, ବିଷ୍ଣୁପ୍ରସାଦ ବେହେରା, କାଁହ୍ନୁ ଚରଣ ନାୟକ, ଦିତେଷ ମହାରଣା ଦୃଢ଼ ବିରୋଧ କରିଛନ୍ତି ।