ଭୁବନେଶ୍ୱର– ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଇଅଛି । ଏହି ଅବସରରେ ୨୪ ଓ ୨୫ ସେପ୍ଟେମ୍ବରରେ ସ୍ୱଚ୍ଛତା ଆହାର, ୨୬ ସେପ୍ଟେମ୍ବରରେ ସ୍ୱଚ୍ଛତା ଅଭିଯାନ ଏବଂ ୨୭ ସେପ୍ଟେମ୍ବରରେ ସ୍ୱଚ୍ଛ ପ୍ରସାଧନ ଆୟୋଜିତ ହୋଇଯାଇଛି ।
ଏହି ଅଭିଯାନ ଗୁଡ଼ିକ ଅନ୍ତର୍ଗତ କ୍ୟାଂଟିନ, ଫୁଡ଼ ଷ୍ଟଲ, ପ୍ୟାଂଟ୍ରି କାର, ଚା ଷ୍ଟଲ ଏବଂ ଅନ୍ୟାନ୍ୟ କେଟରିଂ ୟୁନିଟ୍ ଗୁଡ଼ିକର ବ୍ୟାପକ ଭାବେ ସଫା ସୁତୁରା କରାଯାଇଥିଲା । ବିଭିନ୍ନ ଷ୍ଟେସନରେ ରେଲୱେ କଲୋନୀରେ ଷ୍ଟେସନ କୋଚିଂ ଡିପୋ ଗୁଡ଼ିକ ବିଶେଷ ଭାବେ ସଫା ସୁତୁରା କରାଯାଇଥିଲା । ମଣ୍ଡଳର ଷ୍ଟେସନ ଗୁଡ଼ିକରେ ଥବବା ଶୌଚାଳୟ ଗୁଡ଼ିକରେ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇ ବିଶେଷ ଭାବେ ସଫା କରାଯାଇଥିଲା । ୨୮ ସେପ୍ଟେମ୍ବର ୨୦୨୦ରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ ସ୍ୱଚ୍ଛ ନୀର ଅଭିଯାନ ଆୟୋଜନ କରାଯିବ ।