ଭୁୁବନେଶ୍ୱର– ଆସନ୍ତା ଅକ୍ଟୋବର ପହିଲା ଠାରୁ ପୂର୍ବତଟ ରେଳପଥରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ପଦକ୍ଷେପ ସ୍ୱରୂପ ବିଶେଷ ୧୦ଟି ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ ୭ଟି ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତି ନିଆଯାଇଛି । ଟ୍ରେନ୍ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ସମୟ ଦଇଛି ।
ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ- ୦୧୦୧୯/୦୧୦୨୦ ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ୦୨୭୦୪/୦୨୭୦୩ ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ ୦୨୫୧୦/୦୨୫୦୯ ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୦୨୬୬୩/୦୨୬୬୪ ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ । ୦୨୮୪୩/୦୨୮୪୪ ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ସେହିପରି ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ୦୨୮୪୩/୦୨୮୪୪ ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ । ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ୦୨୯୭୩/୦୨୯୭୪ ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ମୁନିଗୁଡା ଠାରେ ଅତିରିକ୍ତ ରହଣି କରିବ । ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର ୦୨୮୪୩/୦୨୮୪୪ ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ । ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସାମଲପୁର ୦୮୪୨୫/୦୮୪୨୬ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଏବଂ ନୱାପଡା ରୋଡରେ ଏବଂ ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ବିଶେଷ ଟ୍ରେନ ୦୮୫୧୮/୦୮୫୧୭ ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ ଉଭୟ ଦିଗରୁ ମୁନିଗୁଡା ଏବଂ ହରିଶଙ୍କର ରୋଡରେ ଅତିରିକ୍ତ ରହଣି କରିବ ।
ଅନ୍ୟପକ୍ଷରେ ଅକ୍ଟୋବର ମାସ ପହିଲା ଠାରୁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ପୁରୁଷୋତମ ଏକ୍ସପ୍ରେସ ଉଭୟ ଦିଗରୁ ଅକ୍ଟୋବର ମାସ ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ କରାଯାଇଛି । ଭୁବନେଶ୍ୱର-ସିଆଲଦା-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ ୦୨୨୦୨/୦୨୨୦୧ ଭୁବନେଶ୍ୱର-ସିଆଲଦଓ-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ ସିଆଲଦଇ ରୁ ୩୦ ସେପ୍ଟେମ୍ବରରୁ ଏବଂ ଭୁବନେଶ୍ୱରରୁ , ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ୦୮୪୨୫/୦୮୪୨୬ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦୁର୍ଗ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ । ସେହିପରି ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ୦୨୮୪୩/୦୨୮୪୪ ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଖୋର୍ଦ୍ଧା ରୋଡ଼ ଏବଂ ଅହମ୍ମଦାବାଦ ରୁ , ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ୦୮୪୦୫/୦୮୪୦୬ ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ୩୦ ସେପ୍େଟମ୍ବରରୁ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ୨ ତାରିଖ ଠାରୁ ,ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ୦୮୪୦୧/୦୮୪୦୨ ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ / ପୁରୀ ରୁ ଅକ୍ଟୋବର ୪ ତାରିଖ ଠାରୁ ଏବଂ ଓ଼ଖାରୁ ୭ ଅକ୍ଟୋବର ରୁ ଏବଂ ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ୦୨୯୭୪/୦୨୯୭୩ ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଗାନ୍ଧୀଧାମ ଠାରୁ ୧ ଅକ୍ଟୋବରରୁ ଏବଂ ଗାନ୍ଧୀଧାମ / ପୁରୀ ରୁ ୩ ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ ।