ଭୁବନେଶ୍ୱର– ଶହୀଦ ଭଗତ୍ ସିଂଙ୍କ ଜନ୍ମଦିବସ ଅବସରରେ ଅଖିଳ ଭାରତ ଯୁବସଂଘ ପକ୍ଷରୁ ଅଶୋକନଗରସ୍ଥିତ ଭଗବତୀ ଭବନଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ସୋମବାର ପୂର୍ବାହ୍ନ ୧୧ଟାରେ ଯୁବସଂଘର ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟା ସ୍ୱାତୀ ମିଶ୍ରଙ୍କ ସଭାପତିତ୍ୱରେ “ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜର ଦାୟିତ୍ୱ, କର୍ତବ୍ୟ ଓ ଆହ୍ୱାନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କ୍ଷେତ ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ସାଥୀ ସୁର ଜେନା ମୁଖ୍ୟ ଅତିଥି ଭାବେ ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଭାରତ ନିର୍ମାଣ କ୍ଷେତ୍ରରେ ଯୁବ ସମାଜର ଗୁରୁ ଭୂମିକା ରହିଛି ବୋଲି କହିଥିଲେ । ଯୁବସଂଘର ରାଜ୍ୟ ସମ୍ପାଦକ ଅବକାଶ ସାହୁ ଓ ଛାତ୍ରସଂଘର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଅଭିଜିତ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ ଏକତ୍ରିତ ହୋଇ ଦେଶକୁ ଫାଶୀବାଦୀ ଶକ୍ତିମାନଙ୍କ କବଳରୁ ରକ୍ଷା କରିବା ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ ।