ଭୁୁବନେଶ୍ୱର– ଚଳିତ ବର୍ଷ ରାଜ୍ୟର ୫୬ଟି ବୃଦ୍ଧାଶ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମେଡିକାଲ କିଟ୍ ପ୍ରଦାନ କରାଯିବ । ୩ଟି ସରକାରୀ ବୃଦ୍ଧାଶ୍ରମ ଓ ବାକି ୫୩ଟି ସରକାରୀ ଅନୁଦାନପ୍ରାପ୍ତ ବୃଦ୍ଧାଶ୍ରମରେ କିଟ୍ ଦିଆଯିବ । ପ୍ରତି କିଟ୍ ର ମୂଲ୍ୟ ୭ହଜାର୭୦୦ ଟଙ୍କା ରହିଥିବା ବେଳେ ଏଥିପାଇଁ ୪ଲକ୍ଷ୩୧ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଉକ୍ତ କିଟ୍ ରେ ଅକ୍ସିମିଟର, ଗ୍ଲୁକୋମିଟର, ଥର୍ମାଲ ସ୍କାନର , ହଟ୍ ଆଣ୍ଡ କୋଲ୍ଡ ବ୍ୟାଗ୍ ଓ ବିପି ମେସିନ ଆଦି ରହିବ ।
Related Stories
November 23, 2024