ଭୁବନେଶ୍ୱର– ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ସୋମବାର ଆଉ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୧ ଜଣ କ୍ୱାରେଂଟାଇନ୍ ରୁ ଓ ୨୩୧ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୩୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୨୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭,୪୯୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ୩୫୯୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୮୮ ଜଣଙ୍କର ମୃତ୍ୟୁ ହୋଇଛି ।
ସୋମବାର କ୍ୱାରେଂଟାଇନ୍ ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ୧୦ ଜଣ, ନୟାପଲ୍ଲୀ ଓ ଲକ୍ଷ୍ମୀସାଗରରୁ ୭ ଜଣ ଲେଖାଏଁ , ଚକେଇସିଆଣି , ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର ଓ ସହିଦ ନଗରରୁ ୬ ଜଣ ଲେଖାଏଁ ,ଭିଏସଏସ୍ ନଗରରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ୨୩୧ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରରୁ ୧୬ ଜଣ ,ପଟିଆରୁ ୧୨ ଜଣ, ନୟାପଲ୍ଲୀରୁ ୯ ଜଣ, ଶୈଳଶ୍ରୀବିହାର ଓ ଆଇଆରସି ଭିଲେଜରୁ ୮ ଜଣ ଲେଖାଏଁ ,ଝାରପଡା, ପାତ୍ରପଡା, ଲକ୍ଷ୍ମୀସାଗର, ନିଳାଦ୍ରିବିହାରରୁ ୭ ଜଣ ଲେଖାଏଁ , ଆଇଗିଣିଆ , ବରମୁଣ୍ଡା, ଡୁମଡୁମା, ୟୁନିଟ୍ ୮ରୁ ୬ ଜଣ ଲେଖାଏଁ ଓ ୟୁନିଟ୍ ୩ରୁ ୫ ଜଣ ଆକ୍ରାନ୍ତ ରହିଛନ୍ତି ।