
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସେଣ୍ଟ ଜୋହନ ଅମ୍ବୁଲାସ୍ ଜଗନ୍ନାଥ ଧାମ ଡ଼ିଭିଜନ୍ ଓ ଆପଦ ମିତ୍ର ଏବଂ ଦମକଳ ବାହିନୀ ସହାୟତାରେ ନଳାରେ ଗଳିପଡ଼ିଥିବା ଏକ ଷଣ୍ଢ କୁ ଉଦ୍ଧାର କରାଯାଇଛି l ହରେକୃଷ୍ଣ ଗ୍ରାମରୁ St. John ଆମ୍ବୁଲାନ୍ସ ଯୋଦ୍ଧା ଅଜୟ କୁମାର ପ୍ରଧାନ ଦେଖି ସୂଚନା ଦେଇଥିଲେ |ସୂଚନା ପାଇବାପରେ ଡ଼ିଭିଜନ୍ ର କମାଣ୍ଡର ତଥା ଆପଦମିତ୍ରର ଲାଲା ଅନନ୍ତ କୁମାର ସିଂହ ଦମକଳ ବାହିନ କୁ ଜଣାଇ ଥିଲେ ।ଏହାପରେ ମିଳିତ ଭାବେ ନଳାରେ ଗଳିପଡ଼ିଥିବା ଷଣ୍ଢ କୁ ସୁରକ୍ଷିତ ଉଦ୍ଧାର କରାଯାଇଛି |