କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଆମେ ଆପଣଙ୍କର ଅଫିସର କର୍ମଚାରୀ ଅଟୁ । ଆମେ ସମସ୍ତେ ରାମକୃଷ୍ଣ ମିଶନ ନିକଟରେ ପି.ଡବ୍ଲୁ. ଡି ସରକାରୀ କ୍ବାର୍ଟର ନେଇ ଆଜକୁ ଦୀର୍ଘ ୨ ୭ ବର୍ଷ ହେବ ରହି ଆସୁଅଛୁ । ଏହି ସରକାରୀ କ୍ୱାଟର ନିକଟରେ କିଛି ଖାଲି ଜାଗା ଏସ୍.ପି.ଙ୍କ କ୍ୱାଟରକୁ ଲାଗି ରହିଅଛି । ଏହାର ସୁଯୋଗ ନେଇ କିଛି ବେସରକାରୀ ଲୋକ, ଅସାମାଜିକ ବ୍ୟକ୍ତି ଉକ୍ତ ସରକାରଙ୍କର ଜାଗାକୁ ନିଜ ଅଧିନସ୍ଥକୁ ନେଇ ଘର ନିର୍ମାଣ କରି ରହିଅଛନ୍ତି। ସେମାନେ ରହିବା ଦ୍ବାରା ଅନେକ ଗୁଡ଼ିଏ ଅସାମାଜିକ ବ୍ୟକ୍ତି ଚଳପ୍ରଚଳ କରୁଛନ୍ତି, ମଦ୍ୟପାନ କରୁଛନ୍ତି, ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଉକ୍ତ ଜାଗାରେ ଏକ ମଠ ନିର୍ମାଣର ବ୍ୟବସ୍ଥା କରାଇ ସାଧୁସନ୍ଥମାନଙ୍କର ଆସ୍ଥାନ ଜମାଇ ସରକାରଙ୍କର ଜାଗାକୁ ବେସରକାରୀ ଲୋକଙ୍କୁ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ କରାଇବାର ଆମର ଦୃଷ୍ଟିଗୋଚର ହେଇଛି । ଯେହେତୁ ଆମେ କିଛି ସରକାରୀ କର୍ମଚାରୀ ଆମମାନଙ୍କର ପରିବାର ଧରି ଉକ୍ତ ଜାଗାରେ ବସବାସ କରୁଅଛୁ ।ଆମଙ୍କୁ ସେ ଜାଗା ସୁରକ୍ଷିତ ମନେ ହେଉନାହିଁ । ଯଦି ଆମେ ଉକ୍ତ ବ୍ୟକ୍ତିଙ୍କୁ ଏ ସବୁଥିରୁ ବିରୋଧ କରାଉଛୁ ସେ ବାରମ୍ବାର ଯାଇ ଥାନାରେ ଆମ୍ଭ ନାମରେ ମିଥ୍ୟା ଅଭିଯୋଗ ଆଣୁଛି । ତେଣୁ ଏସବୁକୁ ଆଖି ଆଗରେ ରଖି ଆମ୍ଭେ ଗତ ତା ୧୯.୦୮.୨ ୦ ୨୦ ରିଖରେ ଉକ୍ତ ବିଷୟ ଲେଖି ନିର୍ବାହୀ ଯନ୍ତ୍ରୀ, ପୂର୍ଭବିଭାଗକୁ ବାରମ୍ବାର ଜଣାଇବା ସତ୍ୱେ ଏହାର କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ସେ ଜାଗାରେ ବାସ କରୁଥିବା ଲୋକଙ୍କୁ ଅନ୍ୟ କେତେକ ଅସାମାଜିକ ଲୋକ ସେଠାରେ ଘର କରି ରହିବାକୁ ଆସି ଧମକ ଚମକ ଦେଉଛନ୍ତି କିନ୍ତୁ ସେ ଯାଇ ବାରମ୍ବାର ଟାଉନଥାନା ଅଧିକାରୀଙ୍କୁ ଆମ ସରକାରୀ କର୍ମଚାରୀଙ୍କର ନାମରେ ଅଭିଯୋଗ ବାଜୁଛି । ଆମେ ଆପଣଙ୍କୁ ଆମ୍ଭମାନଙ୍କର ଅସୁବିଧା ଜଣାଇଛୁ । ଆମେ ସରକାରୀ କର୍ମଚାରୀଗଣ ଜାଣିବାକୁ ଚାହୁଁଅଛୁ ଯେ ଯଦି ଆମେ ଆପଣମାନଙ୍କୁ କିଛି ଲିଖିତ ଆକାରରେ ଲେଖି ଜଣାଇଥିଲୁ, ପରନ୍ତୁ ତା’ର କୌଣସି କ୍ରିୟା, ପ୍ରତିକ୍ରିୟା ଆଗଙ୍କୁ ମିଳିପାରିନାହିଁ । ଆମେ ଆଜକୁ ୧ ମାସ ହେବ ଭକ୍ତ
ଲୋକଟିର ଅନେକ ଭସନା ସହି ସରକାରୀ କର୍ମଚାରୀଗଣ ପଡ଼ି ରହିଅଛୁ । ଏତିକି ଆମେ ଜାଣିବାକୁ ଚାହୁଁଅଛୁ, ସରକାରଙ୍କର କେଉଁ ନିୟମ ଅନୁସାରେ ବେସରକାରୀ ଲୋକଟିଏ ସରକାରୀ କ୍ବାର୍ଟର ଭିତରେ ଘର କରି ରହି ସରକାରୀ ଚାକିରି କର୍ମଚାରୀଗଣଙ୍କର ସ୍ତ୍ରୀ, ପିଲାମାନଙ୍କୁ ଅଭଦ୍ରାମୀର ବ୍ୟବହାର ଦେଖାଇବା କେତେଦୂର ଯୁକ୍ତିଯୁକ୍ତ । କାହିଁକି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କର ଅଭିଯୋଗର ଶୁଣାଣି ହୋଇନାହିଁ ତେଣୁ ପୁନର୍ବାର ଆମେ ଲେଖି ଜଣାଉଛୁ। ପୁରୀଜିଲ୍ଲା ଅଧିକାରୀଙ୍କ ଉଦେଶ୍ୟରେ ଏହାର ଏକକିତା ନକଲ ଶ୍ରୀଯୁକ୍ତ ଜିଲ୍ଲାପାଳ , ଶ୍ରୀଯୁକ୍ତ ତହସିଲଦାର , ଶ୍ରୀଯୁକ୍ତ ଆରକ୍ଷୀ ଅଧ୍ୟକ୍ଷକ, ଶ୍ରୀଯୁକ୍ତ ଟାଇନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଅବଗତି ନିମନ୍ତେ ପୁନର୍ବାର ପ୍ରେରଣ କରାଗଲା|