
ସାନଖେମୁଣ୍ଡି : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟଦ୍ୱାରା ପରିଚାଳିତ ନେହୁର୍ ଯୁବ କେନ୍ଦ୍ର ,ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ସାନଖେମୁଣ୍ଡି ବ୍ଲକ ବଉଳ ଘାଇ ସ୍ଥିତ ଶ୍ରୀ ଗୁରୁଜୀ ଯୁବକ ସଂଘ ସହାୟତାରେ ଗ୍ରାମରେ ସ୍ବତନ୍ତ୍ର ଉତ୍ସଵ ରେ 150 ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି l ଏହି ଅବସରରେ ଗ୍ରାମର ସମସ୍ତ ଯୁବକ ଏକତ୍ରିତ ହୋଇ ସମଗ୍ର ଗ୍ରାମ ପରିକ୍ରମା କରିବା ସହିତ ସଚେତନତା ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ଓ ସ୍ୱଚ୍ଛତା ଉପରେ ସାଧାରଣ ବକ୍ତବ୍ୟ ରଖିଥିଲେ l ଆୟୋଜିତ ସ୍ବତନ୍ତ୍ର ସଭା ସମାରୋହରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଅମୂଲ୍ୟ ଉପଦେଶକୁ ବର୍ଣନା କରାଯିବା ସହ ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ଅହିଂସା ନୀତି ଉପରେ ମତ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ଶ୍ରୀ କବିରାଜ ନାୟକ ସ୍ୱଚ୍ଛତା ଉପରେ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁଧାଂଶୁ ସେଖର ସ୍ବାଇଁ କାର୍ଯ୍ୟକ୍ରମର ଉଦେଶ୍ୟ ନେଇ ସାଧାରଣଙ୍କୁ ଆହ୍ୱାନ କରିଥିଲେ l ଶ୍ରୀ ଦୀପକ କୁମାର ସ୍ବାଇଁ,ପିଣ୍ଟୁ ସ୍ବାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ-ପ୍ରଫୁଲ ସାବତ