-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୮୧୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୫,୮୯୮ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୮୧୩, ବାଲେଶ୍ୱର ଜିଲ୍ଲାରେ ୭୨୦୦ , ବରଗଡ ଜିଲ୍ଲାରେ ୬୦୭୬, ଭଦ୍ରକ ଜିଲ୍ଲାରେ ୫୦୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୦୧୫. ବୌଦ୍ଧ ଜିଲ୍ଲାରେ ୧୭୭୪, କଟକ ଜିଲ୍ଲାରେ ୧୯,୬୧୩, ଦେବଗଡ ଜିଲ୍ଲାରେ ୫୯୯, ଢେଙ୍କାନାଳ ଜିଲ୍ଲାରେ ୩୫୨୯. ଗଜପତି ଜିଲ୍ଲାରେ ୩୪୮୫, ଗଂଜାମ ଜିଲ୍ଲାରେ ୨୦୦୩୫ , ଜଗତସିଂହପୁର ଜିଲ୍ଲାରେ ୫୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୭୯୮୨, ଝାରସୁଗୁଡା ଜିଲ୍ଲାରେ ୪୨୨୦, କଳାହାଣ୍ଡି ଜିଲ୍ଲାରେ ୩୦୮୪, କନ୍ଧମାଳ ୪୨୪୩, କେନ୍ଦ୍ରାପଡା ଜିଲ୍ଲାରେ ୪୭୩୬, କେନ୍ଦୁଝର ଜିଲ୍ଲାରେ ୩୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୯୮୩ , ମାଲକାନଗିରି ଜିଲ୍ଲାରେ ୩୪୯୧, ମୟୁରଭଂଜ ଜିଲ୍ଲାରେ ୭୬୫୫. ନବରଙ୍ଗପୁର ଜିଲ୍ଲାରେ ୩୩୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୫୯୩, ନୂଆପଡା ଜିଲ୍ଲାରେ ୨୮୫୪ , ପୁରୀ ଜିଲ୍ଲାରେ ୯୬୨୫, ରାୟଗଡା ଜିଲ୍ଲାରେ ୭୨୯୦. ସମ୍ବଲପୁର ଜିଲ୍ଲାରେ ୫୬୩୩ . ସୁବର୍ଣପୁର ଜିଲ୍ଲାରେ ୨୭୨୩ ଓ ସୁନ୍ଦରଗଡ ଜିଲ୍ଲାରେ ୭୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୫୦୯ ହୋଇଛି ।