ମାଲକାନଗିରି -ସପ୍ତାହ ବ୍ଯାପି ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ସାରା ରାତି ଅନିଦ୍ରା, କିନ୍ତୁ ଭାଲୁ ଭାରି ଚାଲାକ । ମଣିଷ ଡାଳେ ଡାଳେ ଗଲେ,ଭାଲୁ ପତ୍ରେ ପତ୍ରେ ଯାଉଛି । ତେଣୁ ଯେତେ କୌଶଳ ଅବଲମ୍ବନ କଲେ ମଧ୍ଯ ଭାଲୁ ଯନ୍ତାରେ ଫସୁନି । କେବଳ ଶ୍ରମ ହିଁ ବ୍ଯର୍ଥ ଯାଉଛି କହିଲେ ଚଳେ । ମାଲକାନଗିରି ସହର ଚାରିପଟେ ପାହାଡ ଘେରି ରହିଛି ! କ୍ରମେ ଜନ ବସତି ବୃଦ୍ଧି ପାଇବା ଫଳରେ ଭାଲୁ ମାନେ ପାହାଡର ପାଦ ଦେଶକୁ ସଂଲଗ୍ନ ଜନ ବସତିକୁ ଖାଦ୍ଯ ଅନ୍ବେଷଣରେ ଆସିଥାନ୍ତି । ଗତ ଦୁଇ ବର୍ଷ ତଳେ ପାହାଡ ନିକଟ ରେ ଥିବା ଭୈରବ ମନ୍ଦିରକୁ ମାଆ ସହ ଦୁଇଟି ଛୁଆ ଭାଲୁ ସନ୍ଧ୍ୟା ହେଉ ହେଉ ଖାଦ୍ଯ ଅନୁସନ୍ଧାନରେ ଆସୁଥିଲେ । ମନ୍ଦିରର ପୂଜାରୀ ନଡିଆ କଦଳୀ ଖୁଆଇ ଭାଲୁ ତିନିଟିକୁ ଅଭ୍ଯାସ କରାଇଲା ପରେ ଲୋକମାନଙ୍କ ସଂସ୍ପର୍ଶରେ ଆସି ହିଂସ୍ର ଆଚରଣ ବର୍ଜନ କରିଥିଲେ । ପଥଚାରୀମାନେ ତିନି ଭାଲୁ କୁ ଦେଖିବା ଓ ମୋବାଇଲରେ ଫଟୋ ଉତ୍ତୋଳନ କରିବାକୁ ଭୈରବ ମନ୍ଦିର ଠାରେ ଭିଡ ଜମାଉଥିଲେ । କେହି କେହି ନଡିଆ କଦଳୀ ଖୁସିରେ ପ୍ରଦାନ କରୁଥିଲେ । ପ୍ରତି ସଂଧ୍ଯା ସମୟରେ ଭାଲୁ ଠାରୁ ଦୁରେଇ ରହିବା ପାଇଁ ଲୋକ ଙ୍କୁ ସତର୍କ ଓ ସାବଧାନ କରେଇବା ପାଇଁ ବନ ବିଭାଗ ତରଫର ମନ୍ଦିର ସାମ୍ମନାରେ ଲିଖିତ ଫଳକ ଲଗା ଗଲା । .ମା ଭାଲୁଟି କ୍ରମେ ଖାଦ୍ୟ ବିଷାକ୍ତ କରଣ ଯୋଗୁଁ ମୃତ୍ୟୁ ବରଣ କଲା ପରେ ଦୁଇଟି ଛୁଆ ଭାଲୁ କୁ ବନ କର୍ମତାରୀମାନେ ଯନ୍ତା ପକାଇ ଧରି ସୁକୁମା ସୀମାନ୍ତବର୍ତ୍ତି ଜଙ୍ଗଲରେ ଛାଡି ଦେଇଥିଲେ ! ପଶୁ ପ୍ରେମୀ ମାନଙ୍କ ଭିଡ ଆଉ ଦେଖିବାକୁ ଭୈରବ ମନ୍ଦିର ଠାରେ ଦେଖିବାକୁ ମିଳି ନଥିଲା । ଦୀର୍ଘ ଦୁଇ ବର୍ଷର ବ୍ଯବଧାନ ପରେ ପୁନଶ୍ଚ ଭାଲୁ ଖାଦ୍ୟ ଅନ୍ବେଷଣରେ ସହରୀ ମୁହାଁ ହୋଇଛି । ଏହି ଦୃଶ୍ୟଟି ସିସିଟିଭିରେ ଗତ ସପ୍ତାହ ତଳେ ନଜରକୁ ଆସିଲା ପରେ ମାଲକାନଗିରି ବନାଞ୍ଚଳର କିଛି କର୍ମଚାରୀମାନେ ଯନ୍ତା ପକାଇ ସାରା ରାତି ଜଗି ବସିଛନ୍ତି । ହେଲେ ଭାଲୁ ଯନ୍ତାରେ ଥିବା ମହୁଲ ଫୁଲ କି ପାଚିଲା କଦଳୀ ଖାଇବା ଲାଗି ଆସୁ ନାହିଁ । ବନ କର୍ମଚାରୀମାନେ ସାରା ରାତି ଅନିଦ୍ରା ହୋଇ ଫେରୁଥିବା ଦେଖିବାକୁ ମିଳୁଛି !
Related Stories
November 23, 2024