ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୨୫ ଜଣ, ମାଲକାନଗିରି ବ୍ଲକରୁ ୧୬ ଜଣ, ମାଥିଲି ବ୍ଲକରୁ ୨ ଜଣ, ବାଲିମେଳା ବିଜ୍ଞାପିତ ଅଂଚଳରୁ ୯ ଜଣ, କୋରକୁଣ୍ଡା ବ୍ଲକରୁ ଜଣେ, ଖଇରପୁଟ ବ୍ଲକରୁ ୨ ଜଣ, କାଲିମେଳା ବ୍ଲକରୁ ୧୦ ଜଣ, ଚିତ୍ରକୋଣ୍ଡା ବ୍ଲକରୁ ଜଣେ ଏବଂ ପଡ଼ିଆ ବ୍ଲକରୁ ୩ ଜଣ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ୭ ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଆଜି ଚିହ୍ନଟ ୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୯ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୮ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ନୂଆ ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ଫେରନ୍ତା ଜଣେ ରହିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ହଟସ୍ପଟ ଅଂଚଳରୁ ଫେରିଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୨୯୮୫ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୯୫ ରହିଛି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ ରହିଛି ।