
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ. ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀଯୁକ୍ତ ସଂଜୟ କୁମାର ଦାସବର୍ମାଙ୍କୁ କରୋନା ମହାମାରୀ ଭଳି କଠିନ ସମୟରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଠିକ ଭାବରେ ତୁଲାଇ ଆଜି ନିଜେ ସଂକ୍ରମିତ | ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଶ୍ରୀଵର୍ମା ଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସାମୁହିକ ଦୀପଦାନ ତଥା ନିରବ ପ୍ରାର୍ଥନା କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା, ରାଜ୍ୟ ବିଜୁ ଜନତା ଦଳର ମହିଳା ପ୍ରଭାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ରଣା, ପୁରୀଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତିଲତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ |