
ଭଦ୍ରକ – ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଅଧିବକ୍ତା ପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବାଞ୍ଛାନିଧି ମହାନ୍ତିଙ୍କ ସୁପୁତ୍ର ଯତୀନ୍ଦ୍ର ମହାନ୍ତିଙ୍କର ବଙ୍କସାହି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତ ମହାନ୍ତିଙ୍କର ୮୭ବର୍ଷ ହୋଇଥିଲା । ଆଜି ଏହି ଉପଲକ୍ଷେ ତାଙ୍କ ଅମରଆତ୍ମାର ସଦ୍ଗତି ନିମନ୍ତେ କାମନା କରି ଏକ ଶୋକସଭା ବାର ହଲ୍ ପରିସରରେ ସଭାପତି ଦିଲ୍ଳୀପ୍ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋକସଭାରେ ପ୍ରଥମେ ସ୍ୱର୍ଗତ ମହାନ୍ତିଙ୍କୁ ଶତାଧିକ ଆଇନଜୀବୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ଶୋକସଭାରେ ବରିଷ୍ଠ ଆଇନଜୀବୀ ନିରାକାରା ଜେନା, ଦିବ୍ୟସିଂହ ନାୟକ , ସନ୍ତୋଷ ଆଚାର୍ଯ୍ୟ, ଶଶିଭୂଷଣ ପଣ୍ଡା(କ) , ଅରୁଣ ମିଶ୍ର, ଦୁର୍ଗାରାୟ ମହାପାତ୍ର, ପବନ ଶର୍ମା, ରାଜ କିଶୋର ଦାସ, ଗିରିଧାରି ନାଥ, ରାମାନନ୍ଦ ମହାପାତ୍ର, ଶଶିଭୂଷଣ ପଣ୍ଡା(ଖ), ଓକିଲ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୂଅଁର, ଆଇନଜୀବୀ ସାମ୍ବାଦିକ ଅଶୋକ କୁମାର ନାୟକଙ୍କ ସମେଜ ଆଇନଜୀବିମାନେ ସ୍ୱର୍ଗତ ମହାନ୍ତି ଏକାଧାରରେ ଜଣେ ଆଇନଜୀବୀ , ସାହିିତ୍ୟିକ ଶିକ୍ଷାବିତ୍ , ସୁସଂଠକ ,ଭଦ୍ରକର ପ୍ରତିଷ୍ଠିତ କଳାକେନ୍ଦ୍ର ମନମୋହନ ସଂଗୀତ ପରିଷଦର ସଂପାଦକ, ଭଦ୍ରକ ମହିଳା ମହାବିଦ୍ୟାଳୟର ପୂର୍ବତନ ସଂପାଦକ, ଭଦ୍ରକ ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଥାଇ ଜଣେ ସଂଗୀତ ପ୍ରେମୀ ମଣିଷ ଥିଲେ ।ନିଜ ପିତାଙ୍କର ପଦାଙ୍କ ଅନୁସରଣ କରି ଇରମ ଜନ୍ମମାଟିର କଳା ସାହିତ୍ୟର ଅନୁରାଗୀ ମାଟିର ମଣିଷର ଦୁଃଖ ଓ ଦୈନ୍ୟତାକୁ ବୁଝି ସାହିତ୍ୟ ପ୍ରେମୀ ଶାନ୍ତ ସରଳ ମଣିଷଟିଏ ଓକିଲାତିରେ ବ୍ରତୀ ହୋଇ ଏକ ନିଆରା ମଣିଷ ଥିଲେ । ତାଙ୍କର ମୃତ୍ୟୁରେ ସାରା ଭଦ୍ରକ ଓକିଲ ସଂଘ ଓ ଅଦାଲତ ପରିସରରେ ଶୋକର ଛାୟା ଖେଳି ଯାଇଅଛି । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାପତି ସଭା ଶେଷ କରିଥିଲେ । ଦିବା ୨ଘଟିକାରେ ତାଙ୍କ ମର ଶରୀର କୋର୍ଟ ପରିସରକୁ ଅଣାଯିବାରୁ ଆଇନ୍ ଜୀବୀମାନେ ତାଙ୍କର ଶେଷଦର୍ଶନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କର ଅନ୍ତିମ ସତ୍କାର ନିଜର ଜନ୍ମମାଟି ବାସୁଦେବପୁରସ୍ଥିତ ଇରମଠାରେ କରାଯିବ ବୋଲି ପରିବାର ପକ୍ଷରୁ ଜଣାପଡିଛି ।