ଭୁବନେଶ୍ୱର – ରାଜ୍ୟରେ ତମାଖୁ ନିଷେଧ ନିୟମ ଗୁଡିକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ରାଜ୍ୟସ୍ତରୀୟ ତମାଖୁ ନିୟନ୍ତ୍ରଣ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ପୂଣ୍ଣ ର୍ମାତ୍ରାରେ ସହଯୋଗ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତମାଖୁ ନିୟନ୍ତ୍ରଣ ନିୟମର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ପରି·ଳନା ପାଇଁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୱାର୍କିଂ ଗୃପ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଏହି ଗୃପ୍ ନିୟମିତ ଭାବେ କାର୍ଯ୍ୟର ଅଗ୍ରଗତି ସମିକ୍ଷା କରି ତଦନୁଯାୟୀ ପଦକ୍ଷେପ ନେବେ ।
ଶିକ୍ଷାନୁଷ୍ଠାନ ଗୁଡିକର ୧୦୦ ଗଜ ପରିସିମା ମଧ୍ୟରେ ତମାଖୁ ବିକ୍ରିକୁ ସଂପୂଣ୍ଣ ର୍ଭାବେ ନିଷେଧ କରିବା , ସମସ୍ତ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ ଅଂଚଳ କରିବା. ତମାଖୁ ଏବଂ ଅଣ-ତମାଖୁ ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ପରସ୍ପରଠାରୁ ଅଲଗା କରି ଲାଇସେନ୍ସ ଦେବା, ପର୍ଯ୍ୟଟନ ସ୍ଥଳ ଏବଂ ଓଡ଼ିଶାର ମୁଖ୍ୟ ଦେବ ସ୍ଥଳ ଗୁଡିକୁ ତମାଖୁ ମୁକ୍ତ ଅଂଚଳ କରିବା ଆଦି ଉପରେ ଗୁରୁତ୍ୱାରୋପ କରି ଏ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।\nରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ\nସଚିବ ଡ଼ା ପ୍ରମୋଦ କୁମାର ମେହେର୍ଦ୍ଧା ରାଜ୍ୟରେ ତମାଖୁ ନିୟନ୍ତ୍ରଣ ସମ୍ବଦ୍ଧିତ ନିୟମ, ପ୍ରଶାସନିକ ବ୍ୟବସ୍ଥା ଏବଂ କାର୍ଯ୍ୟାନ୍ୱୟନ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଓଡ଼ିଶାରେ ଧୁମ୍ରପାନ ଅପେକ୍ଷା ଅଣ ଧୂମ୍ର ତମାଖୁର ବ୍ୟବହାର ଅଧିକ ଏବଂ ଏହି ପ୍ରକାରେ ତମାଖୁ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୮୮% ଦୈନିକ ଭାବେ ଏହା ସେବନ କରନ୍ତି । ଏହାର ନିୟନ୍ତ୍ରଣ ପାଇଁ ବୈଠକରେ ରାଜ୍ୟରୁ ଗ୍ରାମସ୍ତର ପର୍ଯ୍ୟନ୍ତ ଏକ ବହୁମୁଖି ସମନ୍ୱିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।
ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର,\nଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ, ବି.ଏମ୍.ସି କମିଶନର ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସମେତ ବିଭିନ୍ନ ବିଭାଗ ଓ ସଂପୃକ୍ତ ସଂସ୍ଥା ମାନଙ୍କର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।