Related Stories
November 23, 2024
ବ୍ରହ୍ମପୁର: ପଶ୍ଚିମବଙ୍ଗରୁ ଚା’ପତି ବୋଝେଇ କରି ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରକ୍ ନମ୍ବର ଟିଏନ୍.୭୭-୯୧୫୯ଟି ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ରାସ୍ତାକଡରେ ଠିଆ ହୋଇଥିବା ଆଉ ଏକ ଟ୍ରକ୍କୁ ପଛପଟୁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ରେଡ୍ ଜୋନ୍ ଭାବେ ପରିଚିତ ଗୋଳନ୍ଥରା ଠାରୁ ହଳଦୀଆପଦର ୧୬ନମ୍ବର ଜାତୀୟ ରାଜପଥରେ ଦୈନନ୍ଦିନ ଛୋଟବଡ ଦୁର୍ଘଟଣାଘଟି ବହୁ ଧନଜୀବନ ମୃତାହତ ହେଉଥିବା ବେଳେ ଆଉ କେତେକ ପଙ୍ଗୁ ହୋଇ ଘରେ ରହିଛନ୍ତି । ସୂଚନାଥାଉକି, ଚା’ ବୋଝେଇ ଟ୍ରକ୍ଟି ପଶ୍ଚିମବଙ୍ଗରୁ ଚେନ୍ନାଇ ଯାଉଥିବା ବେଳେ ଭଦ୍ରକର ସଂଗ୍ରାମପୁର ଅଞ୍ଚଳର ଶରତ ଦାସ ଜୀବୀକା ପାଇଁ ଚେନ୍ନାଇ ଯିବାପାଇଁ ଏହି ଟ୍ରକ୍କୁ ଲିଫ୍ଟମାଗି ଯାଉଥିଲେ । ଦୁର୍ଘଟଣାରେ ସେ ଓ ଟ୍ରକ୍ର ହେଲ୍ପର ମୃତ୍ୟୁବରଣ କରିଛନ୍ତି । ଖବରପାଇ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଚିକିତ୍ସା ପାଇଁ ମେଡିକାଲ୍କୁ ପଠାଇଛନ୍ତି । ଚା’ ବୋଝେଇ ଟ୍ରକ୍ଟି ଯେଉଁ ଟ୍ରକ୍କୁ ଧକ୍କା ଦେଇଥିଲା ସେହି ଟ୍ରକ୍ଟି ଦୁର୍ଘଟଣାପରେ ଘଟଣାସ୍ଥଳରୁ ପଳାଇଥିବା ଜଣାପଡିଛି ।