ବ୍ରହ୍ମପୁର: ଗତ ମେ ୧୦ତାରିଖ ଦିନ ଦିଗପହଣ୍ଡି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀ ନାୟକ ସକାଳେ ମା’ଙ୍କ ସହ ବିଲକୁ ଯାଇଥିବା ବେଳେ ଲୁଗା ସଫା କରିବା ପାଇଁ ମା’ଙ୍କୁ କହି ନିକଟସ୍ଥ କଣ୍ଟେଇଯୋଡି ନଦୀ ପଠାକୁ ଯାଇଥିଲେ । ଦୀର୍ଘ ସମୟପରେ ଝିଅ ପ୍ରମୋଦିନୀ ଘରକୁ ନଆସିବା ଫଳରେ ତାଙ୍କ ମା’ ରମା ନାୟକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାପରେ କିଛି ସମୟପରେ ଗ୍ରାମର ନଦୀ ପଠାରେ ତାଙ୍କର ମୃତଦେହ ପାଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ନିକଟରେ ପୁରୁଷ ଚପଲ ଉଦ୍ଧାର କରିବା ସହ ପ୍ରମୋଦିନୀଙ୍କୁ ଉଦ୍ଧାର କରିଥିଲେ । ଏହାସହ ପ୍ରମୋଦିନୀଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗକରି ଦଳିତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଘଟଣାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଦାବି ଉଠିଛି । ଏହି ମର୍ମରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଶନିବାର ଦିନ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫକରି ଘଟଣାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଜଣାଇଛନ୍ତି । ଡିଆଇଜି ଶ୍ରୀ ଭୋଇ ଦାବିକୁ ଗୁରୁତର ସହ ନେଇ ଘଟଣାର ନିରପେକ୍ଷ ତଦନ୍ତକରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Related Stories
November 23, 2024