ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୪୩୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୧୬୫୪୩୨ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୯୧୮୪ ରହିଛି ।
ଆଜି ଚିହ୍ନଟ ହୋଇଥିବା ୪୩୫୬ ଜଣଙ୍କ ମଧ୍ୟରୁ ୨୫୨୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୯୦୨ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୯୭ , ବାଲେଶ୍ୱର ଜିଲ୍ଲାରେ ୧୯୪ ଜଣ, ବରଗଡ ଜିଲ୍ଲାରେ ୧୦୬ , ଭଦ୍ରକ ଜିଲ୍ଲାରେ ୧୨୪, ବଲାଙ୍ଗିର ଜିଲ୍ଲାରେ ୭୬, ବୌଦ୍ଧ ଜିଲ୍ଲାରେ ୪୯ ,କଟକ ଜିଲ୍ଲାରେ ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୧୪. ଢେଙ୍କାନାଳ ଜିଲ୍ଲାରେ ୮୪, ଗଜପତି ଜିଲ୍ଲାରେ ୨୦, ଗଂଜାମ ଜିଲ୍ଲାରେ ୬୨, ଜଗତସିଂହପୁର ଜିଲ୍ଲାରେ ୧୭୧, ଯାଜପୁର ଜିଲ୍ଲାରେ ୧୩୬ . ଝାରସୁଗୁଡା ଜିଲ୍ଲାରେ ୧୨୦, କଳାହାଣ୍ଡି ଜିଲ୍ଲାରେ ୭୧, କନ୍ଧମାଳ ଜିଲ୍ଲାରେ ୯୧, କେନ୍ଦ୍ରାପଡା ଜିଲ୍ଲାରେ ୧୧୯,କେନ୍ଦୁଝର ଜିଲ୍ଲାରେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୮୨ ଜଣ, ମାଲକାନଗିରି ଜିଲ୍ଲାରେ ୨୮ , ମୟୁରଭଂଜ ଜିଲ୍ଲାରେ ୧୫୩ ନବରଙ୍ଗପୁୁରରେ ୫୮, ନୟାଗଡ ଜିଲ୍ଲାରେ ୫୧, ନୂଆପଡା ଜିଲ୍ଲାରେ ୧୭୩, ପୁରୀ ଜିଲ୍ଲାରେ ୧୬୮, ରାୟଗଡା ଜିଲ୍ଲାରେ ୧୨୧, ସମ୍ବଲପୁର ଜିଲ୍ଲାରେ ୮୧ ,ସୋନପୁର ଜିଲ୍ଲାରେ ୧୪ ତଥା ସୁନ୍ଦରଗଡ ଜିଲ୍ଲାରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।