
ସମ୍ବଲପୁର– ଆଜିଠୁ ଆଗାମୀ ୪ ଦିନ ପାଇଁ ଅର୍ଥାତ୍ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ (ଭିସୁଟ୍) । ବିଶେଷ କରି ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଭିସୁଟର କୂଳପତି ଘୋଷଣା କରିଛନ୍ତି ।
ଏହି ସମୟ ମଧ୍ୟରେ ଭିସୁଟ୍ ର କ୍ୟାମ୍ପସ୍ କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।