ମାଲକାନଗିରି– ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେ ଆଜି ଠାରୁ ଅଞ୍ଚଳ ବାସିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଏକ ସ୍ୱତନ୍ତ୍ର ଟିମ ମାଲକାନଗିରିଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା ପ୍ରଫୁଲ୍ଲ ନନ୍ଦ ଙ୍କ ନେତୃତ୍ୱରେ ଶିଶୁ ରୋଗ ବିଶେଷଜ୍ଞ ସନ୍ତୋଷ କୁମାର ମିଶ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଶିବ ପ୍ରସାଦ ମହାରଣା, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ ଯାନବାଇ ମେଡିକାଲ ରେପହଞ୍ଚି ଚିତ୍ରକୋଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ପରିଚାଳିତ ପୋଷଣ ଦିବସରେ ଯୋଗଦାନ କରିଥିଲେ ! ଏଥି ସହ ସ୍ୱାଭିମାନ ଅଞ୍ଚଳ ବାସିଙ୍କ ପାଇଁ ଆରମ୍ଭ କରାଯାଇଥିଲା ଉନ୍ନତ ସ୍ୱାସ୍ଥ୍ୟ ସେବା, !ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଯାନବାଇ ମେଡିକାଲ ଠାରେ ମାଲକାନଗିରି ରୁ ସ୍ୱା ସ୍ଥ୍ୟ ସେବା ପାଇଁ ପହଞ୍ଚି ଥିବା ଟିମ କୁ ସ୍ବାଗତ କରାଯାଇ ଆରମ୍ଭ କରାଯାଇଥିଲା ସ୍ୱାସ୍ଥ୍ୟ ସେବା, ଆଜି ପୋଷଣ ଦିବସରେ ପ୍ରଥମ ଦିନରେ 40 ଜଣ ଶିଶୁ ରୋଗ ଓ 30 ଜଣ ସ୍ତ୍ରୀ ରୋଗୀ ଙ୍କୁ ପରୀକ୍ଷା କରି ସେବା ଯୋଗାଇ ଥିଲେ,! ଏହି ସ୍ୱାସ୍ଥ୍ୟ ସେବା ଆଜି ଠାରୁ ଆରମ୍ଭ ହେବା ସହ ପ୍ରତି ସପ୍ତାହରେ ଶୁକ୍ରବାର ଦିନ ଯାନବାଇ ମେଡିକାଲ ରେ, ପ୍ରତି ରବିବାର ଦିନ ଯୋଡ଼ାମ୍ବ ମେଡିକାଲ ଏବଂ ପ୍ରତି ମଙ୍ଗଳବାର ଦିନ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ବିଭାଗୀୟ ବିଶେଷଜ୍ଞ ମାନେ ଯୋଗ ଦେଇ ସ୍ୱାଭିମାନ ଅଞ୍ଚଳ ବାସିଙ୍କୁ ସ୍ୱାସ୍ଥ୍ୟ ସେବ ଯୋଗାଇ ଦେବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥିରହୋଇଛି !
Related Stories
November 28, 2024
November 28, 2024