ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୪୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ମାମଲା ୩୯୨୩୨ରହିଛି ।
ଆଜି ଚିହ୍ନଟ ହୋଇଥିବା ୪୨୦୮ ଜଣଙ୍କ ମଧ୍ୟରୁ ୨୪୬୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୭୨୫ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୯୪ , ବାଲେଶ୍ୱର ଜିଲ୍ଲାରେ ୧୧୮ ଜଣ, ବରଗଡ ଜିଲ୍ଲାରେ ୧୧୪ , ଭଦ୍ରକ ଜିଲ୍ଲାରେ ୪୮, ବଲାଙ୍ଗିର ଜିଲ୍ଲାରେ ୭୬, ବୌଦ୍ଧ ଜିଲ୍ଲାରେ ୨୯ ,କଟକ ଜିଲ୍ଲାରେ ୪୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨୦. ଢେଙ୍କାନାଳ ଜିଲ୍ଲାରେ ୬୮, ଗଜପତି ଜିଲ୍ଲାରେ ୧୩, ଗଂଜାମ ଜିଲ୍ଲାରେ ୬୩, ଜଗତସିଂହପୁର ଜିଲ୍ଲାରେ ୧୮୧, ଯାଜପୁର ଜିଲ୍ଲାରେ ୨୩୭ . ଝାରସୁଗୁଡା ଜିଲ୍ଲାରେ ୮୧, କଳାହାଣ୍ଡି ଜିଲ୍ଲାରେ ୧୧୬, କନ୍ଧମାଳ ଜିଲ୍ଲାରେ ୧୦୨, କେନ୍ଦ୍ରାପଡା ଜିଲ୍ଲାରେ ୧୧୦ ,କେନ୍ଦୁଝର ଜିଲ୍ଲାରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୭୨ ଜଣ, ମାଲକାନଗିରି ଜିଲ୍ଲାରେ ୬୧ , ମୟୁରଭଂଜ ଜିଲ୍ଲାରେ ୧୫୪ ନବରଙ୍ଗପୁୁରରେ ୧୩୧, ନୟାଗଡ ଜିଲ୍ଲାରେ ୫୨, ନୂଆପଡା ଜିଲ୍ଲାରେ ୧୭୫, ପୁରୀ ଜିଲ୍ଲାରେ ୧୯୯, ରାୟଗଡା ଜିଲ୍ଲାରେ ୬୧, ସମ୍ବଲପୁର ଜିଲ୍ଲାରେ ୧୩୧ ,ସୋନପୁର ଜିଲ୍ଲାରେ ୨୬ ତଥା ସୁନ୍ଦରଗଡ ଜିଲ୍ଲାରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୨୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।