

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି । କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ôଥକ ରିହାତି ଦିଆଯାଇଛି ।
ଓଡ଼ିଶାରେ କରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ୍ ବିତରଣ କମ୍ପାନିକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦି ସରକାର ନିରନ୍ତର ସହଯୋଗ ଦେଉଛନ୍ତି । ବିଦ୍ୟୁତ୍ ଉତ୍ପାଦନ ଓ ସରବରାହ କମ୍ପାନୀ ଗୁଡିକ ପକ୍ଷରୁ ଦିଆଯାଇଥିବା ରିହାତି ଦ୍ୱାରା ଅନ୍ତଃରାଜ୍ୟ ବିଦ୍ୟୁତ୍ ସରବରାହ ଚାର୍ଜ ଏବଂ ବିଦ୍ୟୁତ ଚାର୍ଜର ରିହାତି ଉପଭୋକ୍ତାଙ୍କ ପାଖରେ ପହଂଚିପାରିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ଅଧିକ ଉପକୃତ ହୋଇପାରିବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶାକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଏବଂ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇ ଗ୍ରାହକଙ୍କ ଦ୍ୱାରା ହେଉଥିବା ଅତିରିକ୍ତ ବିଦ୍ୟୁତ୍ ଶକ୍ତିର ଚାହିଦାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାର ଫଳସ୍ୱରୂପ ଓଡିଶାର ଅର୍ଥନୀତିରେ ଅଭିବୃଦ୍ଧି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।