ଭୁବନେଶ୍ୱର– ଭୁବନେଶ୍ୱରର ବିଭିନ୍ନ କୋବିଡ ହସପିଟାଲରେ ମୋଟ ୫୩୪ଟି ଆଇସିୟୁ ରହି ଥିବା ବେଳେ ୂବର୍ତମାନ ସେଥିରୁ ୨୩୪ଟି ଆଇସିୟୁ ଖାଲି ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆ ଯାଇଛି ।
ସେହିପରି ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମୋଟ ୧୯୫ଟି ଭେଂଟିିଲେଟରରୁ ୧୦୨ଟି ଖାଲି ଅଛି । ସେହିପରି ଭାବେ ଭୁବନେଶ୍ୱରର ବିଭିନ୍ନ କୋବିଡ ହସପିଟାଲରେ ଥିବା ୧୬୧୭ଟି ସାଧାରଣ ବେଡରୁ ୪୧୦ଟି ବେଡ୍ ଖାଲି ରହିଛି ବୋଲି ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରା ଯାଇଛି ।