Related Stories
November 22, 2024
ମାଲକାନଗିରି-ମାଲକାନଗିରି ଜିଲ୍ଲା ସିପିଆଇ ଏମ୍ ଓ ସର୍ବ ଭାରତ କୃଷକ ସଂଘ ଙ୍କ ମିଳିତ ରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ସାରା ଦେଶରେ ଏହି ଆନ୍ଦୋଳ ଚାଲିଥିବା ବେଳେ ଏହା ମାଲକାନଗିରି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଏବଂ କୃଷି ସାମଗ୍ରୀ ବିପନ୍ନ ପ୍ରୋତ୍ସାହନ ସୁବିଧା ଓ ବିଦ୍ୟୁତ ବିଲ ୨୦୨୦ ବିରାଧରେ ବିକ୍ଷୋଭ ପଦର୍ଶନ କରି ନାରା ଦେଇଥିଲେ । ଏହି ବିଲ ଗୁଡିକ ଦ୍ଵାରା ବଡ ବଡ ପୁ ଞ୍ଜିପତି ଲାଭ ହେବେ କିନ୍ତୁ ଗରିବ କୃଷକ ଓ ଚାଷୀମୁଲିଆ ଭାଇମାନେ କ୍ଷତି ଗ୍ରସ୍ତ ହେବେ । ତେଣୁ କେନ୍ଦ୍ର ସରକାର ଏହି ଜନ ମାରଣ ନୀତି ପ୍ରଣୟନ କରିଛନ୍ତି ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସିପିଆଇ ଏମ୍ ତରଫରୁ କୁହାଯାଇଛି !