ନୂଆଦିଲ୍ଲୀ – ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତ୍ରୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଅନ୍ତ୍ୟୋଦୟ ଓ ଏକାତ୍ମ ମାନବଦର୍ଶନର ଜନକ ତଥା ଜନସଂଘର ପ୍ରତିଷ୍ଠାତା ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି । ନିଜର ସମ୍ପୂର୍ଣ ଜୀବନ ମାତୃଭୂମିର ଉତଥାନ ପାଇଁ ଦେଇଥିବା ତାଙ୍କର ବିଚାର ଓ ଆଦର୍ଶ ଆଜି ବି ନୂଆ ଭାରତର ନିର୍ମାଣ ପାଇଁ ଆମର ପଥ ପ୍ରଦର୍ଶିତ କରେ ।