ଗଞ୍ଜାମ– ଭାରତ ସରକାର ସଂସଦରେ ପାରିତ କରିଥିବା କୃଷି ବିଲ୍ କୁ ବିରୋଧ କରି ଆଜି ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ଭାରତ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଏହାର ସମର୍ଥନରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ଓ ଅନ୍ୟାନ୍ୟ କୃଷକ ସଂଗଠନ ସମେତ ବିଭିନ୍ନ ରାଜନୈତିକ ଦଳ ତଥା କଂଗ୍ରେସ ଓ ବାମପନ୍ଥୀ ଦଳ ମାନେ ଏହି ଆନ୍ଦୋଳରେ ସାମିଲ୍ ହୋଇ ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ସମବେତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଏବଂ ଏହି ନୂତନ କୃଷି ବିଲ୍ କୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ବିଜେପି ଓ ବିଜେଡ଼ି ପକ୍ଷରୁ କୌଣସି ସହଯୋଗ କରାଯାଇନଥିବା ଜଣାପଡିଛି ।
Related Stories
November 21, 2024
November 21, 2024