ମାଲକାନଗିରି– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ କୁରମାନୁର ପଚାଂୟତ ଅନ୍ତର୍ଗତ ନିମନପାଲମ୍ ଘାଟରୁ ଗତକାଲି ସଂନ୍ଧ୍ୟାରେ ୪ ଜଣ ଲୋକ ଏକ ଦେଶୀ ଡ଼ଙ୍ଗାରେ ଯାଉଥିବା ବେଳେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ସିଲେରୁ ନଦୀ ମଝିରେ ବୁଡ଼ି ଯାଇଥିଲା । ଫଳରେ ତିନି ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଂଚାଇଥିବା ବେଳେ ଘଟଣା ପର ଠାରୁ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଖବର ପାଇ ଆଜି ଚିତ୍ରକୋଣ୍ଡା ତହସିଲରୁ ରାଜସ୍ୱ ନିରୀକ୍ଷକ ନାରାୟଣ ମହାରଣା ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ସେଠାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରୀ ରହିଛି ।
Related Stories
November 22, 2024