କନ୍ଧମାଳ – ଆଜି ଫୁଲବାଣୀରେ କନ୍ଧମାଳ ପୋଲିସ ତରଫରୁ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଆରମ୍ଭ କରି କୋର୍ଟଛକ ଏବଂ ଏ.ଜେ.ଓ ହାଇସ୍କୁଲ ସମ୍ମୁଖରେ ଜିଲାର କୋଟଗଡ ବ୍ଳକ ଅନ୍ତର୍ଗତ ରାମପୁର ଘାଟିରେ ମାଓବାଦୀ ମାନଙ୍କ ଲ୍ୟାଣ୍ଡମାନ ବିସ୍ଫୋରଣରେ ସହୀଦ ହୋଇଥିବା ପୋଲିସ ଜବାନ ନାରେଙ୍ଗା ମଲ୍ଲିକ, ସୁନାଶୀର ମହାନ୍ତି, ସଂଗ୍ରାମ କୁମାର ଲେଙ୍କା ଓ ଉମାକାନ୍ତ ଜାନୀଙ୍କୁ ବ୍ୟାଣ୍ଡବାଜା ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା. ଏହି ଅବସରରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗିତାସିଂ ଯୋଗ ଦେଇ ସହୀଦ ଜବାନ ମାନଙ୍କୁ ବ୍ୟାଣ୍ଡବାଜା ଦ୍ୱାରା ଏବଂ ସାଲୁଟ ଜଣାଇଥିଲେ. ପରେ ସେମାନଙ୍କୁ ସର୍ବସାଧାରଣ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ. ଆଗକୁ ପୋଲିସ ବିଭାଗର ସହୀଦ ସପ୍ତାହ ଉପଲକ୍ଷେ କାର୍ଯ୍ୟକ୍ଷେତ୍ରରେ ସହୀଦ ହୋଇଥିବା ପୋଲିସ ଜବାନ ମାନଙ୍କୁ ଏହି ଭଳି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ବୋଲି କହିଥିଲେ ଆରକ୍ଷୀ ଅଧିକ୍ଷକ. ସୁଚନା ଯୋଗ୍ୟ ୨୦୧୨ ମସିହା ଜାନୁଆରୀ ୫ ତାରିଖ ଦିନ ମାଓବାଦୀଙ୍କ ଗତିବିଧି ଥିବା ଖବର ପାଇ ଏସପିଙ୍କ ନିଦେ୍ର୍ଧଶ କ୍ରମେ ପୋଲିସ ଦଳସହିତ ଦୁଇଟି ବୋଲେରୋ ରେ ରାମପୁର ଘାଟିରେ ପହଂଚଥିଲେ ସହୀଦ ସୁନାଶୀର ମହାନ୍ତି, ସଂଗ୍ରାମ କୁମାର ଲେଙ୍କା ଓ ଉମାକାନ୍ତ ଜାନୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ରାମପୁର ଘାଟିରେ ପୁର୍ବ ଯୋଜନା ଅନୁସାରେ ମାଓବାଦୀ ମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ. ଫଳରେ ସେଠାରେହିଁ ୩ଜଣଙ୍କର ମୃତୁ୍ୟ ହୋଇଥିଲା ଏବଂ ଅନ୍ୟ ଜବାନ ମାନେ ଗୁରୁତର ଭାବରେ ଆହତ ହୋଇଥିଲେ. ସେହିପରି ଆଉ ଏକ ଘଟଣାରେ ରାମପୁର ଘାଟିରେ ମାଓବାଦୀଙ୍କ ଦ୍ୱରା ନାରେଙ୍ଗା ମଲ୍ଲିକ ମଧ୍ୟ ସହୀଦ ହୋଇଥିଲେ. ଏହି ଜବନମାନଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଫୁଲବାଣୀର ଜନସାଧାରଣ ମାନେ ସ୍ୱତଃପ୍ରବୃତ ଭାବରେ ସାମିଲ ହୋଇଥିଲେ. ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପଦ ମହନ୍ତଙ୍କ ସମେତ ଜିଲା ସ୍ତରୀୟ ପୋଲି ଅଧିକାରୀ ଫୁଲବାଣୀ ଉପଖଣ୍ଡ ପୋଲିସ ଅଧିକାରୀ ଏ.କେରକେଟା ଓ ଫୁଲବାଣି ଟାଉନ ଥାନା ଅଧିକାରୀ ନରେଶ କୁମାର ସାହୁ ଏବଂ ଅନ୍ୟାନ୍ୟ ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ.
Related Stories
October 29, 2024