
ଭୁବନେଶ୍ୱର– ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି ।ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଏକ ଶୋକ ବାର୍ତାରେ କହିଛନ୍ତି ଯେ ଶେଖ୍ ମତଲୁବ ଅଲ୍ଲ୍ୀଙ୍କ ଦେହାନ୍ତ ଖବର ପାଇ ସେ ମର୍ମାହତ । ସ୍ୱର୍ଗତ ଅଲ୍ଲୀ ଜଣେ ବିଶିଷ୍ଟ ରାଜନେତା , ସମାଜସେବୀ ବନ୍ଧୁ ବଚ୍ଛଳ , ସ୍ନେହୀ , ଉଦାର ହୃଦୟର ବ୍ୟକ୍ତି ତଥା ସାରସ୍ୱତ ସାଧକ ଥିଲେ । ୧୯୪୨ ମସିହା ଡିସେମ୍ବର ମାସ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶେଖ୍ ଅଲ୍ଲୀ ୪ଥର ବିଧାନ ସଭାକୁ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ । ମାହାଙ୍ଗାର ବିଧାୟକ ଭାବେ ନିଜ ଅଂଚଳର ଉନ୍ନତି ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଛନ୍ତି ।ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।