
ମାଲକାନଗିରି-ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ କବିରାଜ ଜେନା କରୋନା ରେ ଭୁବନେଶ୍ବର ସ୍ଥିତ ରାଜଧାନୀ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି !ପ୍ରାପ୍ତ ସୂଚନା ଅନୁସାରେ କବିରାଜ ଜେନା ମୋଟୁ ତହସିଲରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ଯ କରି ଆସୁଥିବା ବେଳେ ସପରିବାରେ ମାଲକାନଗିରି ସଦର ମହକୁମାସ୍ଥିତ ୧୧୯ କଲୋନୀରେ ରହୁଥିଲେ ! ସପ୍ତାହ ବ୍ଯାପି ତାଙ୍କୁ ଜ୍ବର ହେବା ଯୋଗୁଁ ମାଲକାନଗିରି ହସପିଟାଲରେ ଦେହ ଦେଖାଇ ସ୍ବାବ ପରୀକ୍ଷା କରେଇଥିଲେ ମଧ୍ଯ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା l ମାତ୍ର ଜ୍ବର ନଛାଡିବାରୁ ସେ ଭୁବନେଶ୍ବର କୌଣସି ହସପିଟାଲରେ ଚିକିତ୍ସା ଲାଗି ୨୨ ତାରିଖ ଦିନ ସପରିବାରେ ନିଜ ଗ୍ରାମ ନୟାଗଡକୁ ଯାଇଥିଲେ l ସେଠାରେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଭୀଷଣ ଖରାପ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ରାଜଧାନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା l ଗତ କାଲି ରାତିରେ ସେ ଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କଲା ପରେ ଦେହାନ୍ତ ହୋଇଯାଇଥିଲା l କବିରାଜ ଜେନା ୧୯୬୭ରେ ନୟାଗଡରେ ଜନ୍ମ ଗ୍ରହଣ କରିଥିଲେ l ସେ ୨୫/୬/୧୯୯୯ ରେ ଅମିନ ଭାବରେ ମାଲକାନଗିରି ଜିଲ୍ଲାରେ ଚାକିରୀରେ ଯୋଗ ଦେଇଥିଲେ l ୨୦୧୧ ମସିହାରେ ରାଜସ୍ବ ନିରୀକ୍ଷକ ଭାବେ ପଦୋନ୍ନତି ପାଇଥିଲେ !ବର୍ତ୍ତମାନ ମୋଟୁ ତହସିଲରେ କାର୍ଯ୍ଯର ତ ଥିଲେ !ତାଙ୍କର ବିୟୋଗରେ ମୋଟୁ ତହସିଲରେ ଶୋକର ଛାୟା ଖେଳି ଯାଇଛି !ସ୍ବର୍ଗତ ଜେନାଙ୍କ ସହଧର୍ମଣୀଙ୍କ ସହ ଦୁଇ ଜଣ କନ୍ଯା ସନ୍ତାନ ଥିବା ଜଣା ପଡିଛି !ତାଙ୍କର ବଡ ଭାଇ ଦୀନବନ୍ଧୁ ଜେନା ଅବସର ପ୍ରାପ୍ତ ରାଜସ୍ବ ସୁ ପରଭାଇଜର l ସାନ ଭାଇ କବିରାଜଙ୍କ ମୃତ୍ୟୁ ଖବର ପାଇ ବଡ ଭାଇ ଦୀନବନ୍ଧୁ ଜେନା ମାଲକାନଗିରିରୁ ଭୁବନେଶ୍ବର ଅଭିମୁଖେ ସକାଳେ ଯାତ୍ରା କରିଥିବା ସୂଚନା ମିଳିଛି l ତାଙ୍କର ମୃତ୍ୟୁରେ ସଦର ମାଲକାନଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସେ ଜଣେ ମେଳାପୀ ଏବଂ ମିଷ୍ଠଭଷୀ ବ୍ଯକ୍ତି ବିଶେଷ ଥିଲେ l