ମାଲକାନଗିରି– ମୋଟୁ ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସଦର ଓ ଗ୍ରାମ ଗୁଡିକରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ବିପର୍ଯ୍ଯସ୍ତ ହେବାକୁ ବସିଲାଣି। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଜଳୁଥିବା ବେଳେ ଆଉ କିଛି ସ୍ଥାନରେ ମିଞ୍ଜି ମିଞ୍ଜି ହୋଇ ଜଳୁଛି। ଏହି ପରିପେକ୍ଷିରେ ପଡିଆ ବ୍ଳକ ର ଏକାଧିକ ପଞ୍ଚାୟତ ସମେତ ଏମଭି୭୯ ଗ୍ରାମ ରେ ଲାଗିଥିବା ଏକାଧିକ ଷ୍ଟ୍ରୀଟ ଲାଇଟ୍ ଅଚଳ ହୋଇପଡ଼ିଛି। ଆଉ କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କଟି ଲାଇଟ୍ ଜଳୁନଥିବା ବେଳେ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ୍ ଖୁଣ୍ଟ ଭଳି ଏକାଧିକ ସ୍ଥାନରେ ଲାଇଟ୍ ମିଞ୍ଜି ମିଞ୍ଜି ହୋଇ ଜଳୁ ଥିବା ମଧ୍ୟ ଦେଖିବାକୁ ମିଳୁଛି। ଷ୍ଟ୍ରିଟ ଲାଇଟ୍ ସହ ବିଦ୍ୟୁତ୍ ଯୋଗାଣ ରେ ବାଧାପ୍ରାପ୍ତ ଯୋଗୁଁ ସୀମାନ୍ତ ମୋଟୁ ଓ ପଡିଆ ଅଞ୍ଚଳରେ ଅନ୍ତରାଜ୍ଯ ଲୁଟେରାଙ୍କ ପ୍ରାଦୁର୍ଭାବ ର ଆଶଙ୍କା ରହୁଥିବା ବେଳେ ଗତ ଦିନରେ ଛୋଟବଡ ଚୋରି ମଧ୍ୟ ହୋଇଛି। ଚଳିତ ବର୍ଷ ଗ୍ରାମାଞ୍ଚଳରେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ଅର୍ଦ୍ଧାଧିକ ଅନ୍ଧାରରେ ସାପ ଚୋଟ ଖାଇ ମୃତ୍ୟୁ ବରଣ କରିଥିବା କୁହାଯାଉଛି। ସୂଚନା ମୁତାବକ ମୋଟୁ ତହସିଲ୍ ଅନ୍ତର୍ଗତ ୧୦ ଟି ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ପଞ୍ଚାୟତ ସଦର ମହକୁମା କୁ ପଞ୍ଚାୟତ ର ସି ଏଫ୍ ସି ପାଣ୍ଠି ଓ ବିଧାୟକ ସ୍ଵତନ୍ତ୍ର ପାଣ୍ଠି ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆଲୋକିତ କରାଯାଇଥିଲା। କେବଳ ପଡିଆ ପଞ୍ଚାୟତ ରେ ଗତ ବର୍ଷ ଷ୍ଟ୍ରିଟ ଲାଇଟ୍ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବ୍ଲକ୍ ର ବିଭିନ୍ନ ଅଞ୍ଚଳକୁ ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରାଯାଇ ଆଲୋକିତ କରାଯାଇଛି। ଏହାସତ୍ତ୍ବେ ଷ୍ଟ୍ରୀଟ ଲାଇଟ୍ ଗୁଡିକ ବିପର୍ଯ୍ୟସ୍ଥ ହେବା ସହ ଗ୍ରାମାଞ୍ଚଳରେ ରାସ୍ତାଘାଟ ଅନ୍ଧାର ହୋଇ ରହୁଛି । ଏଥିପାଇଁ ପଡ଼ିଆ ଓ ମୋଟୁ ଭଳି ସୀମାନ୍ତ ଅଞ୍ଚଳ ରେ ବିପର୍ଯ୍ୟସ୍ଥ ଷ୍ଟ୍ରୀଟ ଲାଇଟ୍ ଗୁଡିକ ସଜାଡ଼ିବା ସହ ଗ୍ରାମାଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସାଧାରଣରେ ଦାବୀ ହୋଇଛି।
Related Stories
November 23, 2024