
ଗଞ୍ଜାମ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କେତେକ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ଛତ୍ରପୁର ସହରରେ ଚାଲିଚାଲି ସମସ୍ତ ଦୋକାନ ଯାଂଚ୍ କରିଛନ୍ତି । ଦୋକାନୀ ମାନେ ପ୍ରଶାସନର ପଚଂସୂତ୍ରୀ ନିୟମକୁ ଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରିଥିଲେ ।
ଅପର ବସଷ୍ଟାଣ୍ଡ ଠାରୁ ମୁଖ୍ୟ ରାସ୍ତା ଦେଇ ରିକାପଲ୍ଲୀ ଛକ ପର୍ଯ୍ୟ ନ୍ତ ଚାଲି ଚାଲି ଯାଇଥିଲେ । ସହରରେ ରାତ୍ରୀକାଳୀନ ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।