
କଟକ, ସୁଧାକର କୁମାର ସାହି – ସରକାରୀ ନିୟମ କାନୂନକୁ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ଠାରୁ ମନଇଚ୍ଛା ଫି ନେଇ ଚାଲିଛି। ସରକାରୀ ନିର୍ଦେଶାନାମା ଅନୁଯାୟୀ ସମ୍ପୃକ୍ତ କଲେଜ ଅଧିକରୁ ଅଧିକ ପାଠପଢ଼ା ବାବଦରେ ବର୍ଷକୁ ୫୫ ହଜାର ଏବଂ ହଷ୍ଟେଲ ଫି ବାବଦରେ ବାର୍ଷିକ ୧୪,୫୦୦ ନେଇପାରିବ। ହେଲେ ଗତ ୧୦ ବର୍ଷ ଧରି ସିଭି ରମଣ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଠାରୁ ପାଠପଢା ବାବଦରେ ୮୦ ହଜାର ଏବଂ ହଷ୍ଟେଲ ପାଇଁ ୫୦ ହଜାର ଟଙ୍କା ନେଇଚାଲିଛନ୍ତି । ୧୦ ବର୍ଷ ମଧ୍ୟରେ ୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଠାରୁ ପାଖାପାଖି ୮୨ କୋଟି ଟଙ୍କା ଅଧିକ ଫି ନିଆଯାଇଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବୈଷୟିକ ଶିକ୍ଷା ବିଭାଗ ବି କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଏହି ବିଷୟରେ ଅବଗତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଟଙ୍କା ଫେରସ୍ତ ପାଇଁ ଆଦେଶନାମା ଜାରି କରିଥିଲେ। କିନ୍ତୁ ଏଯାଏଁ ପିଲାଙ୍କ ପଇସା ଫେରସ୍ତ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ବିଭାଗୀୟ ସଚିବ ଓ ପିପିବି ଅଧକ୍ଷ ନିଜେ ହସ୍ତକ୍ଷେପ କରି ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମାନେ ଦାବି କରିଛନ୍ତି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ପ୍ରାୟ ଘଣ୍ଟାଏ କାଳ ଧାରଣାରେ ବସିବା ସହ କଟକ ସ୍ଥିତ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ କୁ ଘେରାଓ କରିଥିଲେ।