
● ଜିଲ୍ଲା ସଭାପତି କହିଲେ, ଗାନ୍ଧୀଙ୍କ ଅାଦର୍ଶରେ ହେବ ଗ୍ରାମାଞ୍ଚଳର ପ୍ରଭୁତ ବିକାଶ ଓ ନାରୀ ସଶକ୍ତିକରଣ
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ବାଲେଶ୍ୱର ଜିଲ୍ଲା ବିଜେଡ଼ି ପକ୍ଷରୁ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ, ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ବୁଧବାର ଠାରୁ ଅାରମ୍ଭ ହୋଇଛି ସହରର ଶହୀଦ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା ପଦଯାତ୍ରା ଅାରମ୍ଭ ହୋଇ ଫାଣ୍ଡି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସମାପ୍ତ ହୋଇଥିଲା ଏଥି ସହିତ ଫକୀରମୋହନ ଗୋଲେଇରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁ ପାର୍କରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଷ୍ଟେସନ ରାସ୍ତାରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଓ ଡିଅାଇସି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା
ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା କହିଥିଲେ ଯେ ଜିଲ୍ଲାର ଅାଠଟି ନିର୍ବାଚନ ମଣ୍ଡଳୀ, ବ୍ଲକ, ପୌର ପରିଷଦ ଓ ଏନ୍ଏସିରେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ଅାଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମାଞ୍ଚଳର ବିକାଶ ଓ ମହିଳା ସଶକ୍ତିକରଣ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଘରେ ଘରେ ପହଂଚାଇବା ସହ ବିକାଶର ବାର୍ତ୍ତା ଦେବା ଓ ନୂଅା ଓଡ଼ିଶା ଗଠନ କରିବାକୁ ସଂକଳ୍ପ ନେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଦିଗ ଏହା ସହିତ ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା, ଯୁବକ ଓ ଛାତ୍ର ସମାଜକୁ ଦଳରେ ସାମିଲ କରିଯିବ ଏହି କାର୍ଯ୍ରକ୍ରମ ୧୦ ଦିନ ଧରି ଚାଲିବ ଓ ଦଳର ସମସ୍ତ ନେତା ଓ କର୍ମୀ ଏଥିରେ ସାମିଲ ହେଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ ଏହି ପଦଯାତ୍ରାରେ ଶ୍ରୀ ଜେନାଙ୍କ ସହ ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ୟାମାପ୍ରସାଦ ବେହେରା, ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଅା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲ୍ଲା ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ,
ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସଦର ବ୍ଲକ ସଭାପତି ନାରାୟଣ ପ୍ରଧାନ, ଟାଉନ ସଭାପତି ସ୍ବରୂପ କୁମାର ଦାସ, ଛାତ୍ର ସଭାପତି ସିମନ ଦାସମହାପାତ୍ର, ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଉମରଉଦ୍ଦିନ, ଜିଲ୍ଲା ଅନୁସୂଚିତ ଜାତି ସଭାପତି ଶତ୍ରୁଘ୍ନ ମଲ୍ଲିକ, କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ, ପୂର୍ବତନ ପୌରାଧ୍ୟକ୍ଷ ଅାଲୋକ କୁମାର ସାହୁ, ଜିଲ୍ଳା କମିଟିର ଉପସଭାପତି ଭୁବନାନନ୍ଦ ଦାସ, ଗୌରୀ କୁମାର ରାଉତ, ଗତିକୃଷ୍ଣ ନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ମନୋଜ କୁମାର ରାଉତ, ଅାଶିଷ ଘୋଷ, ଭାଗବତ ସାହୁ, ଟାଉନ ମହିଳା ସଭାପତି ରଞ୍ଜିତା ମହାପାତ୍ର, ଟାଉନ ଯୁବ ସଭାପତି ସଂଜୀବ ଦାସ, ଟାଉନ ଛାତ୍ର ସଭାପତି ବ୍ରଜକିଶୋର ପ୍ରଧାନ, ଜିଲ୍ଲା ଛାତ୍ର ମହାସଚିବ କୁଶଲ ଚାଟାର୍ଜୀ, ଯୁବ ନେତା ଭରତଭୂଷଣ ଦାସଙ୍କ ସମେତ ବିଜୁ ଲିଗାଲ ସେଲର କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ପଦଯାତ୍ରାକୁ ସଫଳ କରାଇଥିଲେ।