ସାଲେପୁର, ରାଜ୍ୟ ସରକାରଙ୍କ ପକ୍ଷରୁ ରାସନକାର୍ଡଧାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ସହ ଏକ ହଜାର ଟଙ୍କା କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଉଛି । ସାଲେପୁର ବ୍ଲକରେ ୩୨ ଟି ପଂଚାୟତରେ ୪୦,୨୮୩ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ କାର୍ଡ ଆସିଥିଲା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ୧୦୧ ଜଣ ଓ ଅନ୍ତଦୋୟ ଯୋଜନାରେ ୩୩୬ ଜଣ ନାମ ଅନ୍ତର୍ଭୁକ୍ତ ହୋଇଛି । ତତ୍ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ୪୦ ଜଣଙ୍କ ପାଇଁ ପିଡିଏସ ଚାଉଳ ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ, ହିତାଧିକାରୀମାନେ ସ୍ମାର୍ଟକାର୍ଡ ପାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଥିବା ବେଳେ ଏକ ହଜାର ଟଙ୍କା ଦେଉଥିଲା ବେଳେ ଶାସକ ଦଳର ଲୋକମାନେ ରହୁଥିବାରୁ ବହୁ ସ୍ଥାନରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି । ଏହି ଅର୍ଥକୁ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ନିଆନଯାଇ ସରକାରୀ କର୍ମଚାରୀଙ୍କ ଦ୍ୱାରା ଅର୍ଥ ବଣ୍ଟା ଯିବା ପାଇଁ ସାଧାରଣରେ ଦାବି ହେଉଛି ।