-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୫୪ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୬,୯୯୨ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭୨୪୧, ବାଲେଶ୍ୱର ଜିଲ୍ଲାରେ ୯୬୫୯, ବରଗଡ ଜିଲ୍ଲାରେ ୮୨୦୬ , ଭଦ୍ରକ ଜିଲ୍ଲାରେ ୬୪୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬୧୩୯. ବୌଦ୍ଧ ଜିଲ୍ଲାରେ ୨୪୨୨, କଟକ ଜିଲ୍ଲାରେ ୨୪,୮୪୧, ଦେବଗଡ ଜିଲ୍ଲାରେ ୯୫୯, ଢେଙ୍କାନାଳ ଜିଲ୍ଲାରେ ୪୮୧୬. ଗଜପତି ଜିଲ୍ଲାରେ ୩୭୯୦, ଗଂଜାମ ଜିଲ୍ଲାରେ ୨୦୪୯୩ , ଜଗତସିଂହପୁର ଜିଲ୍ଲାରେ ୬୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୪୧୬, ଝାରସୁଗୁଡା ଜିଲ୍ଲାରେ ୫୯୭୮, କଳାହାଣ୍ଡି ଜିଲ୍ଲାରେ ୪୭୭୬, କନ୍ଧମାଳ ୫୪୮୯, କେନ୍ଦ୍ରାପଡା ଜିଲ୍ଲାରେ ୬୦୩୧, କେନ୍ଦୁଝର ଜିଲ୍ଲାରେ ୫୭୯୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭୦୭୧ , ମାଲକାନଗିରି ଜିଲ୍ଲାରେ ୪୫୭୮, ମୟୁରଭଂଜ ଜିଲ୍ଲାରେ ୧୦୬୪୩. ନବରଙ୍ଗପୁର ଜିଲ୍ଲାରେ ୪୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୭୨୫, ନୂଆପଡା ଜିଲ୍ଲାରେ ୫୦୩୬ , ପୁରୀ ଜିଲ୍ଲାରେ ୧୨,୦୧୯, ରାୟଗଡା ଜିଲ୍ଲାରେ ୭୯୮୧. ସମ୍ବଲପୁର ଜିଲ୍ଲାରେ ୭୬୯୦ . ସୁବର୍ଣପୁର ଜିଲ୍ଲାରେ ୪୨୫୮ ଓ ସୁନ୍ଦରଗଡ ଜିଲ୍ଲାରେ ୧୦୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୧୭୩ ହୋଇଛି ।