
ବଲାଙ୍ଗିର, ବଲାଙ୍ଗିର ମାରୱାଡ଼ି ସେବା ସଦନ ଠାରେ ବଲାଙ୍ଗିର ଲାଏନସ କ୍ଲବ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହୋଇଯାଇଛି। କ୍ଳବ୍ ସଭାପତି ଆଲୋକ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୌରଭ ଅଗ୍ରୱାଲ ସଂପାଦକୀୟ ଅଭି ଭାଷଣ ରଖିଥିଲେ। ଡ଼ାକ୍ତର ଦୂର୍ଗେଶ ନନ୍ଦିନୀ ବିଶ୍ଵାଳ ଚରଣ ଜିତ ସିଂହ ଦ୍ୱାରା ଅନୁଷ୍ଟାନ ର ନୂତନ ଦାୟିତ୍ଵ ଗ୍ରହଣ କରିଥିବା ସଦସ୍ୟ ସଦସ୍ୟା କର୍ମକର୍ତା ଙ୍କୁ ଶପଥ ପାଠ କରିଥିଲେ । ସଭାପତି ପ୍ରଦୀପ ଷଡ଼ଙ୍ଗୀ, ଆଶୁତୋଷ ପୁରୋହିତ,ପ୍ରଦୀପ ସାହୁ, ବିବେକ ଗୋୟଲ ସମେତ ସେମାନଙ୍କ ନେତୃତ୍ୱ ରେ ରହିଥିବା ଦଳର କାର୍ଯ୍ୟକର୍ତ୍ତା ଉପଷ୍ଟିତ ଥିଲେ। ମୁଖ୍ୟ ଅତିଥଭାବେ ପ୍ରଦୀପ ବଂଶଲ୍ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବି କେ ବେହେରା, ପ୍ରମୋଦ ବେହେରା କ୍ଲବ ସଂପର୍କରେ ନିଜର ମତ ରଖିଥିଲେ। ବିଭିନ୍ନ ବର୍ଗର ଶ୍ରେଷ୍ଟ ଲୋକଙ୍କୁ ଏଠାରେ ସମ୍ମାନୀତ କରଯାଇଥିଲା। ଶେଷରେ ସମ୍ପାଦକ ଲୋକନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।