
ବ୍ରହ୍ମପୁର : ଚଳିତ ବର୍ଷ ଜନ୍ମଷ୍ଟମୀ ଓ ନନ୍ଦ ମହୋତ୍ସବ ଷୋହଳଖଣ୍ଡ ଗୋପାଳ ସମାଜ ନନ୍ଦ ମହୋତ୍ସବ ସ୍ଥାନୀୟ ଗୋକୁଳଧାମ ଠାରେ ପରମ୍ପରା ଓ ସମାଜର ନୀତି ରିବାନ ଅନୁସାରେ ବିନା ଆଡମ୍ବର ପ୍ରକାରେ ପୂଜାର୍ଚ୍ଚନା କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷର ନନ୍ଦ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସହର ପରିକ୍ରମା, ହୋମଯଜ୍ଞ, ମଟକାପୋଡା, ଭଜନ ଓ ସଂକୀର୍ତ୍ତନରେ ଆୟୋଜନ କରାଯାଇଥିଲା । କିନ୍ତୁ ମହାମାରୀ କରୋନାର ତାଣ୍ଡବ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍-୧୯ର ପ୍ରାବଧାନ ଓ କଟକଣା ପ୍ରକାରେ ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜର ନିର୍ଦ୍ଦାରଣ ପ୍ରକାରେ କେବଳ ଜିଲ୍ଲାରେ ପ୍ରଭୁ ଶ୍ରୀ କୃଷ୍ଣ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ବ୍ୟତୀତ ବିନା ଆଡମ୍ବରରେ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ତେଣୁ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ମହାନଗର ତାଲୁକାର ସଭାପତି ଧୋବା ଗୌଡ ଓ ସମ୍ପାଦକ କବିରାଜ ଗୌଡ ନେତୃତ୍ୱରେ ଗୋପାଳ ସମାଜର ନୀତି ନିୟମ ପ୍ରକାରେ ଗୋକୁଳଧାମ ଠାରେ ପାଳନ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଳା ସଭାପତି ନନ୍ଦକିଶୋର ମହାଙ୍କୁଡ, ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ ଯୋଗଦେଇ ତାଙ୍କବକ୍ତବ୍ୟରେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ସମସ୍ତ ତାଲୁକା କୁଳ ଗୃହ ଠାରେ ଯଥା ଧରାକୋଟ, କବିସୂର୍ଯ୍ୟନଗର, ପୋଲସରା, ଖଲ୍ଲିକୋଟ, ବଡଗଡ, ଘୁମୁସର, ବଡଖେମୁଣ୍ଡି, ସାନଖେମୁଣ୍ଡି, ମହୁରୀ ତାଲୁକାର ବିଭିନ୍ନ ସମାଜ ଗୃହରେ ନନ୍ଦ ମହୋତ୍ସବର ପୂଜାର୍ଚ୍ଚନା ପାଳନ ଚଳିତ ବର୍ଷ ବିନା ଆଡମ୍ବରରେ ପାଳନ କରାଯାଇଛି । ଆଗାମୀ ବର୍ଷ ପୁଣି ଧୂମ୍ଧାମ୍ରେ ପାଳନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବ୍ରହ୍ମପୁର ମହାନଗର ତାଲୁକାର କର୍ମକର୍ତ୍ତା ରାମଚନ୍ଦ୍ର ଗୌଡ, ଦେବରାଜ ଗୌଡ, ରମେଶ ଗୌଡ, ସୁକାନ୍ତ ଗୌଡ, ଲିଙ୍ଗରାଜ ଗୌଡ, ପଞ୍ଚାନନ ଗୌଡ ସହଯୋଗ କରିଥିଲେ ।