September 5, 2026

ରାଷ୍ଟ୍ରୀୟ

ରାଜ୍ୟରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ 1 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ଆତ୍ମୟୀଙ୍କୁ 2 ଲକ୍ଷ ଏବଂ ଆହତଙ୍କୁ 50 ହଜାର ଟଙ୍କାର ସହାୟତା ଘୋଷଣା ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ପରିଦର୍ଶନ କରି ବାତ୍ୟା ଅମ୍ଫନ ଯୋଗୁ ହୋଇଥିବା ପରିସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ, ପ୍ରତାପ ଷଢ଼ଙ୍ଗୀ, ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ । ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକଡ ଓ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ନିଆଯିବାକୁ ଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପଶ୍ଚିମବଙ୍ଗରେ ତୁରନ୍ତ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ 1 ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କଠାରୁ ସହାୟତା ସଂକ୍ରାନ୍ତ ବିଧିବଦ୍ଧ ପତ୍ର ପାଇବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏକ ଆନ୍ତଃସଚିବସ୍ତରୀୟ ଦଳ ପଠାଇ କ୍ଷୟକ୍ଷତିର ଆକଳନ କରିବା ସହ ଅଧିକ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ନିଜର ଆତ୍ମୀୟସୃଜନ ହରାଇଥିବା ପରିବାରଗୁଡିକ ପ୍ରତି ସମବେଦନା ବ୍ୟକ୍ତ କରିବା ସହ ସମଗ୍ର ଦେଶ ପଶ୍ଚିମବଙ୍ଗ ସହିତ ଏପରି ସ୍ଥିତିରେ ରହିଛି ବୋଲି ସେ କହିଥିଲେ । ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କୁ 2 ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଭିତ୍ତିଭୂମିର ପୁର୍ନଗଠନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀଙ୍କର ଚଳିତ ବର୍ଷର ତୃତୀୟ ଗସ୍ତ । କେବଳ  ଉତ୍ତରପ୍ରଦେଶକୁ ସେ ଏକାଧିକବାର ଗସ୍ତ କରିଛନ୍ତି । ଗତ ଜାନୁଆରୀ 11, 12ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି କୋଲକାତା ବନ୍ଦରର 150ତମ ବାର୍ଷିକୋତ୍ସବରେ ଯୋଗ ଦେଇ 4ଟି ଐତିହ୍ୟସଂପନ୍ନ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବେଲ୍ଲୁର ମଠ ମଧ୍ୟ ପରିଦର୍ଶନ କରିଥିଲେ ।
ନୂଆଦିଲ୍ଲୀ– ଚୀନର ଉହାନ ସହରରକୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏବେ ସଂକ୍ରମିତ ତାଲିକାରେ...
ନୂଆଦିଲ୍ଲୀ–  ଦେଶରେ କରୋନା କାରଣରୁ ମୃତ୍ୟୁ  ସଂଖ୍ୟା ୩ ହଜାର ୪୩୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସକାଳୁ...
ନୂଆଦିଲ୍ଲୀ– ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 29 ତମ ମୃତ୍ୟୁ ବାର୍ଷିକୀ ଅବସରରେ ସମଗ୍ର ଦେଶ ତାଙ୍କ ପୂଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ...
 ପର୍ଯ୍ୟାୟକ୍ରମେ ପୁନଃପ୍ରଚଳନ ହେବ ଟ୍ରେନ ସେବା  ପ୍ରବାସୀମାନଙ୍କୁ ଶ୍ରମିକ ଟ୍ରେନ ସମେତ ଅନ୍ୟମାନଙ୍କ ଯାତ୍ରାରେ ହେବ ସହାୟକ  ଶ୍ରମିକ ଟ୍ରେନ ବ୍ୟତୀତ ଅଧିକ...
error

Enjoy this blog? Please spread the word :)

Follow by Email
Instagram
Telegram