ବାରାମୁଲା– ବାରାମୁଲା ଜିଲ୍ଲାର ସୋପୋର କ୍ଷେତ୍ରର ଗୁଲାବାଦ ଇଲାକାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ବୁଧବାର ସକାଳେ ହୋଇଥିବା ଗୁଳିବିନିମୟରେ ଏକ ଆତଙ୍କବାଦୀ ନିହତ ହୋଇଛି । ଏବେ ମଧ୍ୟ ସୁରକ୍ଷାବଳ ଘେରରେ ଦୁଇରୁ ତିିନି ଆତଙ୍କବାଦୀ ରହିଥିବା କୁହାଯାଉଛି । ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଲ୍ଲେଖନୀୟ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କ୍ଷେତ୍ରରେ ଆତଙ୍କବାଦୀଙ୍କ ଉପସ୍ଥିତିର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ତଲାସି ଅଭିଯାନ ଚଳାଇଥିଲେ । ଏହା ପରେ ବୁଧବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ବାରାମୁଲା ଜିଲ୍ଲାରେ ମୋବାଇଲ ଓ ଇଂଟରନେଟ୍ ସେବା ବନ୍ଦ କରାଯାଇଛି ।
ରାଷ୍ଟ୍ରୀୟ
ଅହମଦାବାଦ– ଗୁଜରାଟର ଜାମନଗରରେ ୧୪ ମାସର କରୋନା ପଜିଟିଭ୍ ଶିଶୁର ମୃତ୍ୟୁ ଘଟିଛି । ବହୁବିଧ ଅଙ୍ଗ ଫେଲ୍, ହାର୍ଟ ଓ କିଡନୀ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଜାମନଗରର ଦରେଡ ଇଲାକାରେ ଏକ ଶ୍ରମିକ ପରିବାରରର ୧୪ ମାସର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ଜାମନଗରରେ ପ୍ରଥମ କରୋନା ପଜିଟିଭ୍ ମାମଲା ଥିଲା । ଚାରି ଦିନ ପୂର୍ବେ ମାତା-ପିତା ଜ୍ୱର, ଥଣ୍ଡା ଓ କାଶର ଲକ୍ଷଣ ମିଳିବା ପରେ ଶିଶୁକୁ ସରକାରୀ ହସ୍ପିଟାଲ ନେଇଥିଲେ । ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ଏହା ଶିଶୁଟିର ସ୍ଥିତି ବିଗିଡିବା ପରେ ହସ୍ପିଟାଲରେ ଭର୍ତି ହେବା ପରଠୁ ଭେଂଟିଲେଟରରେ ରଖାଯାଇଥିଲା । ଡାକ୍ତର ଶିଶୁକୁ ବଂଚାଇବାକୁ ବହୁତ ପ୍ରୟାସ କରିଥିଲେ । ମାତ୍ର କିଡନୀ ଓ ହାର୍ଟ ଫେଲ୍ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଅନ୍ୟ ରାଜ୍ୟର ହିନ୍ଦୀ ଭାଷୀ ଲୋକ ମଧ୍ୟ ସେହି ଅଂଚଳରେ ରହୁଛନ୍ତି, ଯେଉଁଠି ଶିଶୁ ରହୁଥିଲା । କୁହାଯାଉଛି ସେଠାରୁ ହିଁ ଶିଶୁଟି କରୋନା ସଂକ୍ରମିତ ହୋଇଛି । ଅନ୍ୟପଟେ ଭଦୋଦରାରେ ଆଉ ଏକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଁଚିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି । ଏଥିରୁ ସୁଟରରେ ୨ ଓ ପାଟନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ରାଜ୍ୟର ୩୩ ଜିଲ୍ଲା ମଧ୍ୟରୁ ୧୭ ଜିଲ୍ଲାରେ କରୋନା ରୋଗୀ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ଛଅ ନୂତନ ମାମଲାରେ ଅହମଦାବାଦ ଓ ରାଜକୋଟରେ ଗୋଟିଏ ଲେଖାଏଁ, ସୁରଟରେ ୩ ଓ ଭଦୋଦରାରେ ୧ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପ୍ରକାର ରାଜ୍ୟରେ ମୋଟ୍ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୧୭୬ ରହିଛି ଏବଂ ଏ ଯାବତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜାରଟରେ ମଙ୍ଗଳବାରଠୁ ରାପିଡ୍ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି । ଏହି ଆଧାରରେ ୧୦୦୦ରୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ମାତ୍ର ରିପୋର୍ଟ ବୁଧବାର ଆସିବ । ଏହି ପରି ରାପିଡ୍ ପରୀକ୍ଷଣରେ ଜଣା ପଡୁଛି ଯେ, ଶରୀର ଦ୍ୱାରା ଉତ୍ପାଦିତ କୌଣସି ବ୍ୟକ୍ତିଙ୍କ ଆଂଟିବଡି ବାହ୍ୟ ଜୀବାଣୁ ଉପସ୍ଥିତିରେ କରୋନା ସଂକ୍ରମଣ ରହିଛି ନା ନାହିଁ । ଅହମଦାବାଦରେ ୭୦୦ କର୍ମଚାରୀଙ୍କ ଥର୍ମାଲ ସ୍କେନ କରାଯାଇଛି । ହଟସ୍ପଟ ଏରିଆରେ ଏହି ପରୀକ୍ଷଣ ଦ୍ୱାରା କରୋନା ପଜିଟିଭର ବ୍ୟାପକ ଯାଂଚ କରାଯାଉଛି ।
ଗୌହାଟୀ– କରୋନା ଭାଇରସ ସମ୍ବନ୍ଧରେ ସାଂପ୍ରଦାୟିକ ବୟାନ ଦେଇଥିବା ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ(ଏଆଇୟୁଡିଏଫ)ର ନେତା ତଥା ଧିଙ୍ଗ ବିଧାନସଭା କ୍ଷେତ୍ରର...
ନୂଆଦିଲ୍ଲୀ– କୋଭିଡ୍-୧୯ ମହାମାରୀରେ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଛି। କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସମସ୍ତ ଦେଶ ନିଜ ନିଜ...
ନୂଆଦିଲ୍ଲୀ– ଉତର ପ୍ରଦେଶରେ ବର୍ତମାନ ଯାଏ ୩୦୮ କରୋନା ମାମଲା ସାମନାକୁ ଆସିଛି । ତନ୍ମଧ୍ୟରୁ ୧୬୮ଟି ମାମଲା ତବଲିଗି ଜମାତ ସହ...
ନୂଆଦିଲ୍ଲୀ, ୦୭ ଏପ୍ରିଲ (ହି.ସ.)ା କୋବିଡ ୧୯ରେ ଦେଶରେ ମୃତ୍ୟୁ ସଂଖ୍ୟା ୧୧୪ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୪ ହୋଇଛିା...
ଗାନ୍ଧୀନଗର। ଗୁଜରାତରେ କରୋନା ଭାଇରସର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏହା ଦ୍ୱାରା ରାଜ୍ୟରେ ମୋଟ ସଂଖ୍ୟା ୧୬୫ରେ ପହଂଚିଛି...
ଚେନ୍ନାଇ। ତାମିଲନାଡୁରେ ଆଜି କରୋନାର ନୂଆ ୫୦ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ୪୮ଟି ମାମଲା ତବଲିଗି ଜମାତ ସହ...
କରୋନା ଭାଇରସର ଶୃଙ୍ଖଳା ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ୍-୧୯ ହସ୍ପିଟାଲ୍: ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ...
ନୂଆଦିଲ୍ଲୀ/ଭୁବନେଶ୍ୱର– ଭାରତୀୟ ଜନତା ପାର୍ଟିର ୪୦ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ...