November 27, 2024

ରାଷ୍ଟ୍ରୀୟ

ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି  ‘ବଜାସାଲ’ ଲୋକନୃତ୍ୟ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା...
ଫିପି ତୈଳ ଏବଂ ଗ୍ୟାସ ପୁରସ୍କାର -୨୦୨୦ରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର, କୋଭିଡ୍ ଭଳି ଆହ୍ୱାନମୂଳକ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପ ସଂସ୍ଥାମାନେ...
ନୂଆଦିଲ୍ଲୀ,  ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୬୬୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ...
ଗୋରଖପୁର– ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରଖପୁର ସ୍ଥିତ ଗୋରକ୍ଷପୀଠର ପୀଠାଧୀଶ୍ୱର ଯୋଗୀ  ଆଦିତ୍ୟ ନାଥ  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ...
ନୂଆଦିଲ୍ଲୀ, ଦିଲ୍ଲୀରେ ହୋଇଥିବା  ହିଂସା ଓ ଉପଦ୍ରବ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଆରଏସଏସ କହିଛି । ଋାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର କାର୍ଯ୍ୟବାହ...
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧୫୭ ନୂଆ କରୋନାର ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ୧୩ ଜଣଙ୍କର...
ହାଇଦ୍ରାବାଦ  ,ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ  ୧୭୨    ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ...
ଇମ୍ଫାଲ ,ମଣିପୁରରେ      ଗତ ୨୪ ଘଂଟାରେ  ୬    ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ...
ନୂଆଦିଲ୍ଲୀ,ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୫,୫୦,୪୨୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା...
ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ, 2021 ଅବସରରେ 946 ଜଣ ପୁଲିସଙ୍କୁ ପଦକ ପ୍ରଦାନ କରାଯାଇଛି ।2ଜଣଙ୍କୁ ମରୋଣତ୍ତର ଭାବେ ସାହସୀକତା ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରାଯାଇଥିବାବେଳେ 205ଜଣଙ୍କୁ ସାହସୀକତା ପାଇଁ ପୁଲିସ୍‌ ପଦକ ମିଳିଛି । ବିଶିଷ୍ଟ ସେବା ପାଇଁ 89ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରାଯାଇଥିବାବେଳେ 650ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‌ ପଦକ ମିଳିଛି । ଓଡିଶାରୁ ଦୁଇଜଣ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ପାଇଥିବାବେଳେ 11ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‌ ପଦକ ମିଳିଛି । ରାଷ୍ଟ୍ରପତି ପୁଲିସ୍‌ ପଦକ ପାଇବାକୁ ଥିବା ଦୁଇଜଣଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଗୁଇନ୍ଦା ନିଦେ୍ର୍ଦଶକ ଶ୍ରୀ ରାଧା କିଷନ ଶର୍ମା ଓ ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମୀରେ ଡେପୁଟୀ ସୁବେଦାର ଥିବା ଶ୍ରୀ ବୁଦ୍ଧି ବାହାଦୂର ଥାପ୍ପା । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ 11ଜଣ ପୁଲିସ୍‌ ପଦକ ପାଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଆଇଜି ଶ୍ରୀ ପ୍ରବୀନ କୁମାର, ଏଏସ୍‌ପି ଶ୍ରୀ ରବୀନ୍ଦ୍ର କୁମାର ଦାସ, ଏଏସ୍‌ପି ଶ୍ରୀ ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ଅଶୋକ କୁମାର ଦେହୁରୀ, ଏସିପି ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ୍‌, ଏଏସ୍‌ଆଇ ଶ୍ରୀ ମନୋରଞ୍ଜନ ଶତପଥୀ, ହାବିଲଦାର ଶ୍ରୀ ସରୋଜ କୁମାର ଭୋଇ, ହାବିଲଦାର ଶ୍ରୀ ଶେଖ ନାସିରୁଦ୍ଦିନ, କନେଷ୍ଟବଳ ଶ୍ରୀ ଗୌତମ ପାତ୍ର, ସୁବେଦାର ଶ୍ରୀ ହେମନ୍ତ ବାହାଦୂର କ୍ଷେତ୍ରୀ ଛେତ୍ରୀ ଓ ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ବୁଦ ତମାଙ୍ଗ । ସାହସୀକତା ପୁରସ୍କାର ମୋଟ୍‌ 207ଟି ସାହସୀକତା ପଦକ ମଧ୍ୟରୁ ଦୁଇଟି ରାଷ୍ଟ୍ରପତି ସାହସୀକତା ପୁଲିସ୍‌ ପଦକ ରହିଛି । ଏଥିରୁ ଗୋଟିଏ ରାଷ୍ଟ୍ରପତି ସାହସୀକାତା ପୁଲିସ୍‌ ପଦକ ଝାଡଖଣ୍ଡର ଜଣଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯାଇଥିବାବେଳେ ଆଉ ଗୋଟିଏ ରାଷ୍ଟ୍ରପତି ସାହସୀକତା ପୁଲିସ୍‌ ପଦକ ସିଆରପିଏଫ୍‌ର ଜଣଙ୍କୁ ମରୋଣତ୍ତର ଭାବେ ମିଳିଛି । 137ଜଣଙ୍କୁ ଜାମ୍ମୁ କାଶ୍ମୀରରେ ସାହସୀକାତା କାର୍ଯା୍ୟ ପାଇଁ ପୁରସ୍କୃତ କରାଯାଇଥିବାବେଳେ, ମାଓ ପ୍ରଭାବିତ ଅଞ୍ଚଳରେ ସାହସୀକତା କାର୍ଯ୍ୟ ଲାଗି 24ଜଣଙ୍କୁ ଓ ଉତ୍ତର–ପୂର୍ବାଞ୍ଚଳରେ ଜଣଙ୍କୁ ସାହସୀକତା ପୁରସ୍କାର ମିଳିଛି । ସାହସୀକତା ପୁରସ୍କାର ପାଇଥିବା ପୁଲିସ ଜବାନମାନଙ୍କ ମଧ୍ୟରୁ 68ଜଣ ସିଆରପିଏଫ୍‌ରୁ, 52ଜଣ ଜାମ୍ମୁ–କାଶ୍ମୀର ପୁଲିସ୍‌ରୁ, 20ଜଣ ବିଏସ୍‌ଏଫ୍‌ରୁ, 17ଜଣ ଦିଲ୍ଲୀ ପୁଲିସ୍‌ରୁ, ୧୩ଜଣ ମହାରାଷ୍ଟ୍ର ଏବଂ 8ଜଣ ଛତିଶଗହ, 8ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ସିଏପିଏଫ୍‌ର ଅଛନ୍ତି ।
error

Enjoy this blog? Please spread the word :)

Follow by Email
Instagram
Telegram