ଉହାନ– ଚୀନର ଉହାନ ସହରରେ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାନ ବୁଧବାର ସମାପ୍ତ ହୋଇଛି । ଏହି ସହରରେ କରୋନା ଭାଇରସ ମହାମାରୀ ଉତ୍ପନ ହୋଇଥିଲା । ଜାନୁଆରୀ ଶେଷ ଆଡକୁ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ୧୧ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉହାନ ସହରରେ ଲକଡାଉନ୍ ଲାଗୁ କରାଯାଇଥିଲା । ସରକାରୀ ସୂଚନା ଅନୁସାରେ ଉହାନରେ ୫୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସରେ ହୋଇଥିବା ମୃତ୍ୟୁର ପ୍ରାୟ ୮୦ ପ୍ରତିଶତ ଉହାନରେ ଘଟିଛି । ନିକଟରେ ଉହାନରେ ଲକଡାଉନରେ କିଛିଟା କୋହଳ କରାଯାଇଥିଲା । ହୁବେଇ ପ୍ରାନ୍ତର ରାଜଧାନୀରେ ଗତ ୨୧ ଦିନରେ ମାତ୍ର ତିିନି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏବେ ସ୍ଥିତି ସମୀକ୍ଷା ପରେ ଉହାନ ସହରରୁ ଦୀର୍ଘ ଦୁଇ ମାସ ଧରି ଲାଗୁ ଲକଡାଉନ୍ ହଟାଇ ଦିଆଯାଇଛି । ବୁଧବାର ପ୍ରାୟ ୫୫ ହଜାର ଲୋକଙ୍କୁ ଟ୍ରେନରେ ଉହାନ ଛାଡିବାର ଆଶା ରହିଛି । ଉହାନର ତିୟାନହେ ବିମାନ ବନ୍ଦରରୁ ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ବିମାନରେ ସହର ଛାଡିବାର ସମ୍ଭାବନା ରହିଛି । ରାଜଧାନୀ ବେଜିଂ ଓ ଅନ୍ୟ ସ୍ଥାନ ପାଇଁ ଉଡାଣ ଏବେ ଆରମ୍ଭ କରାଯାଇ ନାହିଁ । ଉହାନର ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ପଡୋଶୀ, ନିଜର ସହର ଏବଂ ଏପରିକି ପ୍ରାନ୍ତକୁ ସେ ପର୍ଯ୍ୟନ୍ତ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ ଅତି ଜରୁରୀ ନ ହୋଇଛି । ଚୀନର ରାଜଧାନୀ ବେଜିଂକୁ ଆସିବାକୁ ଥିବା ଉହାନର ଲୋକଙ୍କୁ ପୁଣି ଥରେ ଭାଇରସର ପରୀକ୍ଷଣ ଦେବାକୁ ପଡିବ ।
ଆନ୍ତର୍ଜାତିକ
ନ୍ୟୁୟର୍କ– ଜନ ହପକିନ୍ସ ୟୁନିଭର୍ସିଟି ଅନୁ୍ଯାୟୀ ସମଗ୍ର ଦୁନିଆରେ ଅଦ୍ୟାବଧି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି ।...
ଓ୍ଵାଶିଂଟନ/ଜିନେଭା– ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍ ମଲପାସ ଶୁକ୍ରବାର କହିଛନ୍ତି ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ ୧୯ ମହାମାରୀ କାରଣରୁ ବଡ ବୈଶିକ...
ବେଜିଙ୍ଗ– ଚୀନ ଶନିବାର କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ମୁତିରେ ସକାଳ ୯ଟାରେ ତିନି ମିନିଟର ମୌନ ବ୍ରତ ରଖିଛି ।...
ଓ୍ଵାଶିଂଟନ– ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆଗାମୀ ଦୁଇ ସପ୍ତାହରେ କରୋନା ମହାମାରୀରେ ଆମେରିକାରେ ମୃତ୍ୟୁ ସଂଖ୍ୟା ଚରମରେ ପହଂଚିବାର ସମ୍ଭାବନା...
ଲସ ଏଞ୍ଜଲେସ୍– ଆମେରିକାର ସେବା ଇଂଟରନ୍ୟାସନାଲର ଶତାଧିକ କାର୍ଯ୍ୟକର୍ତ୍ତା କୋଭିଡ୍-୧୯ର ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଏଥିପାଇଁ ଅଲଗା ଅଲଗା ସ୍ତରରେ ଆମେରିକାର ବିଭିନ୍ନ...
ୠସ ଏଞ୍ଜଲେସ– ଦକ୍ଷିଣ ଦକାର୍ଲିଫର୍ଣ୍ଣିଆର କୋଂଟ୍ରା କାଉଁଟିରେ ଜଣେ ୭୦ ବର୍ଷୀୟ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତ୍ୟୁ ଘଟିଛି । ଏହି ଭାରତୀୟ...
ଓ୍ଵାଶିଂଟନ ଡିସି– ଭାରତୀୟ ଦୂତାବାସ ଓ୍ଵାଶିଂଟନ ଡିସିରେ ମାର୍ଚ୍ଚ ୩୦ରୁ ଯୋଗର ଅନଲାଇନ ନିଃଶ୍ଳୁକ ପାଠ୍ୟକ୍ରମ ଆରମ୍ଭ କରିବ । ପ୍ରତ୍ୟେକ ବର୍ଷ...
ଲସ ଏଞ୍ଜଲେସ୍– କରୋନା ଭାଇରସର ପ୍ରକୋପରେ ଶନିବାର ସକାଳ ସୁଦ୍ଧା ସମଗ୍ର ଦୁନିଆରେ ସଂକ୍ରମିତ ସଂଖ୍ୟା ୫,୯୫,୨୬୭କୁ ବୃଦ୍ଧ ଘଟିଛି । ଅଦ୍ୟାବଧି...
ମସ୍କୋ– ରୁଷର କୁରିଲ ଦ୍ୱୀପରେ ବୁଧବାର ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ରେକର୍ଡ...