
ଶ୍ରୀନଗର, ଜାମ୍ମୁ କାଶ୍ମୀରର ଶୋପିୟାଁ ଜିଲ୍ଲାର ହରମେନ ଅଂଚଳରେ ରହୁଥିବା ଶ୍ରମିକ ମାନଙ୍କ ଘରେ ସୋମବାର ବିଳମ୍ବିତ ରାତ୍ରୀରେ ଗ୍ରେନେଡର ଆକ୍ରମଣ କରାଯାଇଛି । ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଶ୍ରମିକ ମାନେ କାନପୁର ଉତ୍ତର ପ୍ରଦେଶର ବୋଲି ଜଣା ପଡିଛି ।
ଆକ୍ରମଣ କରିବା ପରେ ଆତଙ୍କବାଦୀ ମାନେ ସେଠାରୁ ଚାଲିଯାଇଥିଲେ । ଏହା ପରେ ସୁରକ୍ଷାକର୍ମୀ ମାନେ ତାଙ୍କୁ ଧରିବାକୁ ଧରପକଡ ଅଭିଯାନ ଆକମ୍ଭ କରିଥିଲେ। ଏଥିରେ ସେମାନେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲଶ୍କର ଏ ତୋଇବାର ଆତଙ୍କବାଦୀ ଇମରାନ ବସିର ଗନୀଙ୍କୁ ଗିରଫ କରିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାଶୀ ଅଭିଯାନ ଜାରୀ ରହିଛି ।
କାଶ୍ମୀର ଜୋନର ଏଡିଜି ବିଜୟ କୁମାର କହିଛନ୍ତି ଯେ ଏହି ପୂରା ଅଂଚଳର ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀ ମାନଙ୍କୁ ଧରିବାକୁ ବଡ ଅଭିଯାନ ଚଳାଯାଇଛି ।
ସେ କହିଛନ୍ତି ଯେ ରାତ୍ରୀରେ ଶ୍ରମିକ ମାନେ ଶୋଇଥିବା ବେଳେ ଆତଙ୍କବାଦୀ ମାନେ ତାଙ୍କ ଉପରକୁ ଗ୍ରେନେଡ ଫଙ୍ଗିଥିଲେ ।