ଭୁବନେଶ୍ୱର – ରାଜ୍ୟରେ ଆଉ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୪୩ଜଣଙ୍କ ମଧ୍ୟରେ ଅନୁଗୁଳରୁ ୧୫ଜଣ, ଗଞ୍ଜାମ,...
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ରାଜ୍ୟରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ 1 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ଆତ୍ମୟୀଙ୍କୁ 2 ଲକ୍ଷ ଏବଂ ଆହତଙ୍କୁ 50 ହଜାର ଟଙ୍କାର ସହାୟତା ଘୋଷଣା ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ପରିଦର୍ଶନ କରି ବାତ୍ୟା ଅମ୍ଫନ ଯୋଗୁ ହୋଇଥିବା ପରିସ୍ଥିତିର ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ, ପ୍ରତାପ ଷଢ଼ଙ୍ଗୀ, ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ । ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକଡ ଓ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ନିଆଯିବାକୁ ଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ପଶ୍ଚିମବଙ୍ଗରେ ତୁରନ୍ତ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ 1 ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କଠାରୁ ସହାୟତା ସଂକ୍ରାନ୍ତ ବିଧିବଦ୍ଧ ପତ୍ର ପାଇବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏକ ଆନ୍ତଃସଚିବସ୍ତରୀୟ ଦଳ ପଠାଇ କ୍ଷୟକ୍ଷତିର ଆକଳନ କରିବା ସହ ଅଧିକ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ନିଜର ଆତ୍ମୀୟସୃଜନ ହରାଇଥିବା ପରିବାରଗୁଡିକ ପ୍ରତି ସମବେଦନା ବ୍ୟକ୍ତ କରିବା ସହ ସମଗ୍ର ଦେଶ ପଶ୍ଚିମବଙ୍ଗ ସହିତ ଏପରି ସ୍ଥିତିରେ ରହିଛି ବୋଲି ସେ କହିଥିଲେ । ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କୁ 2 ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଭିତ୍ତିଭୂମିର ପୁର୍ନଗଠନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀଙ୍କର ଚଳିତ ବର୍ଷର ତୃତୀୟ ଗସ୍ତ । କେବଳ ଉତ୍ତରପ୍ରଦେଶକୁ ସେ ଏକାଧିକବାର ଗସ୍ତ କରିଛନ୍ତି । ଗତ ଜାନୁଆରୀ 11, 12ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି କୋଲକାତା ବନ୍ଦରର 150ତମ ବାର୍ଷିକୋତ୍ସବରେ ଯୋଗ ଦେଇ 4ଟି ଐତିହ୍ୟସଂପନ୍ନ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବେଲ୍ଲୁର ମଠ ମଧ୍ୟ ପରିଦର୍ଶନ କରିଥିଲେ ।
ଭଞ୍ଜନଗର, ପଟ୍ଟନାୟକ– ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ ବେତାର ଗ୍ରାମରେ ରହୁଥିବା ଜଣେ ମହିଳାଙ୍କ ଠାରେ କରୋନା ରୋଗର ଲକ୍ଷଣ ଥିବା...
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଚଳିତ ମାସ ୧୫ତାରିଖରୁ ଲକ ଡାଉନ ଯୋଗୁଁ ଚେନାଇ ରେ ଫସିଥିବା ୮ଜଣ ଦାଦନ ଶ୍ରମିକ ନିଜ ଭିଟାମାଟିସମ୍ବଲପୁର...
ବେଲଗୁଣ୍ଠI, 20/05, ଗଞ୍ଜାମ ଜିଲ୍ଲାରେ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀମାନେ କେଉଁଠି ଭାତ ଫୋପାଡ଼ି ହରତାଳ କରୁଛନ୍ତି ତ ଆଉ କେଉଁଠି ବାଡ...
ଦିଗପହଣ୍ଡି : ଦିଗପହଣ୍ଡି ଥାନାର ଦାୟିତ୍ଵ ଗ୍ରହଣ ପରଠାରୁ ଚର୍ଚ୍ଚାରେ ରହୁଥିବା ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ଆଜି ନିଜ...
ବ୍ରହ୍ମପୁର : ଦୈନିକ ଶହଶହ ପ୍ରବାସୀ ଆନ୍ଦ୍ରଦେଇ ବେଙ୍ଗଲୋର, ଚେନ୍ନାଇ, ବିଜୟୱାଡା, ଆଦି ଅଂଚଳରୁ ଫେରୁଥୁବା ବେଳେ ଓଡିଶା ସୀମାନ୍ତରେ ପୋଲିସ ପକ୍ଷରୁ...
bhubanewar -କେତେ କମ୍ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସେମାନେ...
ବେଲଗୁଣ୍ଠା-ତମିଲନାଡୁର ବସ୍ ରେ ଆସି ଭଞ୍ଜନଗର ଠାରୁ ଜଗନ୍ନାଥ ପ୍ରସାଦ ଚାଲି ଚାଲି ଯାଉଥିବା ୧୨ ଜଣ ଶ୍ରମିକଙ୍କୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ...
ଗାଙ୍ଗପୁର/ବେଲଗୁଣ୍ଠI, ଚେନ୍ନାଇରୁ ସାଇକେଲରେ ଫେରୁଥିବା ସାତ ଜଣ ପ୍ରବାସୀଙ୍କୁ ସହଯୋଗର ହାତ ବଢାଇବା ସହ ପୋଲିସ୍ ସହାୟତାରେ ନିଜ ଭିଟାମାଟିକୁ ପଠାଇଦେଇଛନ୍ତି ଗାଙ୍ଗପୁରର...
