ଜୟପାଟଣା– ଦିନକୁ ଦିନ ପ୍ରବାସୀମାନଙ୍କ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ତଦନୁରୁପ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରହିଥିବା ପ୍ରସୂତୀମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ଚିକିତ୍ସାକୁ ନେଇ ଅନେକ ସମସ୍ୟା ମୁଣ୍ଡ ଟେକୁଛି । ଠିକ୍ ଏତିକି ବେଳେ ସଂଘରୋଧରେ ଥିବା ଜଣେ ପ୍ରସୂତୀ ମହିଳାଙ୍କୁ ଦାୟିତ୍ୱରେ ଥିବା ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନବୀୟତାର ପରିଚୟ ଦେଇଥିବା ଘଟଣା ଏଠାରେ ବେଶ୍ ଚର୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ ଗତ ସୋମବାର ଦିନ ଜୟପାଟଣା ବ୍ଳକ୍ ଅନ୍ତର୍ଗତ ପ୍ରତାପପୁର କ୍ୱାରେନ୍ଟାଇନ୍ ରେ ରହିଥିବା ପ୍ରସୂତୀ ମହିଳା ସାବିତ୍ରୀ ପରାଭୋଇ (୨୦) ସ୍ୱାମୀ ଲିଙ୍ଗ ପରାଭୋଇ ଉଭୟେ ସଂଘରୋଧ କେନ୍ଦ୍ରରେ ରହିଥିଲେ । ଠିକ୍ ରାତି ୨ଟା ବେଳେ ସାବିତ୍ରୀଙ୍କ ଗର୍ଭ ବେଦନା ଆରମ୍ଭ ହୋଇଥିଲା ସ୍ୱାମୀ ଅନନ୍ୟ ଉପାୟ ନଦେଇ କେନ୍ଦ୍ରରେ ରହିଥିବା ସରପଞ୍ଚ ନବୀନ ଧଙ୍ଗଡ଼ାମାଝୀଙ୍କୁ ଖବର କରିଥିଲେ । ସେ ପି.ଇ.ଓ. ଜିତେନ୍ଦ୍ର କୁମାର ଙ୍କୁ ଖବର ଦେବା ପରେ ତତ୍କ୍ଷଣାତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହିଞ୍ଚ ସ୍ୱାସ୍ଥ୍ୟ ଅଧିକାରୀ ସୋମନାଥ ମେହେର ଙ୍କ ସାଙ୍ଗରେ ଯୋଗାଯୋଗ ରଖି ଆମ୍ପୁଲାନ୍ସ୍ ପାଇଁ ସମସ୍ତ ପ୍ରକାର ସମ୍ପର୍କ ରହି ବିଫଳ ହୋଇଥିଲେ ପରେ ଉପଲବ୍ଧ ଥିବା ଚାଳକ ବୀହିନ ଶବ ବାହକ ଗାଡ଼ିକୁ ପି.ଇ.ଓ. ନିଜେ ଡ଼୍ରାଇଭ୍ କରି କେନ୍ଦ୍ର ରେ ପହଞ୍ଚାଇ ଥିଲେ । ଡ଼ାକ୍ତର ମେହେର ମଧ୍ୟ ଭୋର ୪ଟା ବେଳେ ଏକ ସ୍କୁଟି ଯୋଗେ ଘଟଣା ସ୍ଥଳରେ ପହଞ୍ଚି ପିଡ଼ୀତାକୁ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଇ ଥିଲେ । ସେଠାରେ ଏକ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ଼ରେ ରଖା ଯାଇଥିଲା । ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ଜୟପାଟଣା ବ୍ଳକ୍ ରେ ୯ ଜଣ ପ୍ରସୂତୀ ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଅଦ୍ୟାବଧି ଜୟପାଟଣାର ମୋଟ ୫୦ଟି କେନ୍ଦ୍ରରେ ୧୮୮୪ ଜଣ ସଂଘରୋଧରେ ଥିବା ବେଳେ ୨୮୮ ଜଣ ମହିଳା ଥିବାର ଜଣାପଡ଼ିଛି । ଇତି ମଧ୍ୟରେ ସଂଘରୋଧ ସମୟ ପୂର୍ଣ୍ଣାଙ୍ଗ କରିଥିବା ୨୨୧ ଜଣଙ୍କୁ ଡ଼ିସ୍ଚାର୍ଜ କରାଯାଇଥିବା ସୂଚନା । ମୋଟ ୧୪୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ୧୨୪ ଜଣଙ୍କ ନେଭେଟିଭ୍ ରିପୋର୍ଟ ପହଞ୍ଚି ସାରିଥିବା ବେଳେ ଅନ୍ୟ ୨୪ ଜଣଙ୍କ ଫଳାଫଳ ଅଦ୍ୟାବଧି ପହଞ୍ଚି ନଥିବା ଜଣାପଡ଼ିଛି ।
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ଭୁବନେଶ୍ୱର । ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୬ ଟି ମାମଲା ରୁଜୁ ହୋଇଛି େ ବାଲି...
ଭୁବନେଶ୍ୱର – ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି...
ଭୁବନେଶ୍ୱର– ଆଗାମୀ ଜୁନ ପହିଲାରୁ ଯୁକ୍ତ ୨ ର ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ତା ପୂର୍ବରୁ ଅର୍ଥାତ...
ଭୁବନେଶ୍ୱର-କରୋନା ଆକ୍ରାନ୍ତ ଜିଲ୍ଲାଙ୍କ ସୂଚୀରେ ଗଂଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୬୮ରେ...
ଭୁବନେଶ୍ୱର– ବୁଧବାର ଦିନ ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା...
ବେଲଗୁଣ୍ଠା-୨୬/୫-ଗାଙ୍ଗପୁର ଥାନା ଅନ୍ତର୍ଗତ ମାଁ ବୁଢ଼ାକେନ୍ଦୁ ଜଙ୍ଗଲ ନିକଟରେ ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା...
ବେଲଗୁଣ୍ଠା-୨୬/୫- ଗୋଟିଏ ପଟେ ଜନସାଧାରଣଙ୍କ କରୋନା ବିପକ୍ଷରେ ଲଢ଼େଇ ଜାରିରହିଥିବାବେଳେ ଅନ୍ୟ ପଟେ ପ୍ରବଳ ଗ୍ରୀଷ୍ମପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି ।ବେଲଗୁଣ୍ଠା ଓ...
‘ଆମ ପୋଖରୀ, ସଫା ସୁତୁରା ରଖିବା ଦାୟିତ୍ୱ ଆମରି’ ସ୍ଳୋଗାନ୍ରେ ଦିଆଗଲା ସଚେତନତା ବାର୍ତ୍ତା ‘ରେସନ୍ ଫର୍ ୱାର୍କ’ରେ ସଫେଇ କର୍ମଚାରୀଙ୍କୁ ଦିଆଗଲା...
ଭାଗନେଲେ ଦେଶର ବିଭିନ୍ନ ପ୍ରାନ୍ତରୁ ୫୦ ରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ ବାଲେଶ୍ଵର,(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରେମୁଣା ଗୋଲେଇ ସ୍ଥିତ ଅଗ୍ରଣୀ କଳା...
