ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ 10 ତାରିଖ ଅପରାହ୍ନ 6.30ରେ ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ 2021 କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ସମ୍ମିଳନୀର ବିଷୟବସ୍ତୁ ହେଉଛି ” ଆମ ଭବିଷ୍ୟତର ପୁନଃ ନିର୍ଦ୍ଧାରଣ: ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ’ । ଏହି ଅବସରରେ ଗୁଆନା ସମବାୟ ଗଣରାଜ୍ୟର ମହାମହିମ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି; ପାପୁଆ ନ୍ୟୁ ଗିନିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଜେମ୍ସ ମାରାପେ; ମାଳଦ୍ୱୀପ ଗଣରାଜ୍ୟ ପିପୁଲସ ମଜଲିସ୍ର ବାଚସ୍ପତି ଶ୍ରୀ ମହମ୍ମଦ ନାସିଦ; ମିଳିତ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଶ୍ରୀମତୀ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ରହିବେ । ଏବଂ ସମ୍ବଳ ପ୍ରତିଷ୍ଠାନ (TERI) ଫ୍ଲାଗସିପ୍ ଇଭେଣ୍ଟର ୨୦ ତମ ସଂସ୍କରଣ, ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୧ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ସରକାର, ବ୍ୟବସାୟିକ ନେତୃମଣ୍ଡଳୀ, ବିଶେଷଜ୍ଞ, ଜଳବାୟୁ ବିଜ୍ଞାନୀ, ଯୁବକ ଏବଂ ସାମାଜିକ ସଂଗଠନଗୁଡିକ ଜଳବାୟୁ ପରିବର୍ତ୍ତନ ବିରୋଧ ସଂଗ୍ରାମରେ ଏକତ୍ରିତ ହେବେ । ଭାରତର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଏହି ସମ୍ମିଳନୀର ପ୍ରମୁଖ ଅଂଶୀଦାର ଅଟନ୍ତି । ଶିଖର ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ, ଉପଯୋଗୀକରଣ ଏବଂ ନମନୀୟତା, ପ୍ରକୃତି ଭିତ୍ତିକ ସମାଧାନ, ଜଳବାୟୁ ଅର୍ଥନୀତି, ବୃତ୍ତିଗତ ଅର୍ଥନୀତି, ସ୍ୱଚ୍ଛ ମହାସାଗର ଏବଂ ବାୟୁ ପ୍ରଦୂଷଣ ଆଦି ରହିଛି ।
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ନୂଆଦିଲ୍ଲୀ, କରୋନାରେ ସମଗ୍ର ବିଶ୍ବରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୬୯ ଲକ୍ଷ ୬୫ ହଜାର ୮୦୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୧୧୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ...
ଭୁବନେଶ୍ୱର, ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଶୀତ ଲହରୀ ନେଇ କଳାହାଣ୍ଡି...
ଭୁବନେଶ୍ୱରରୁ ୫୨ ଲକ୍ଷ ଟଙ୍କା ଠକେଇ ଭୁବନେଶ୍ୱର, ଗତ ମାସକ ମଧ୍ୟରେ ସାଇବର ହେଲ୍ପ ଡେସ୍କକୁ ୧୨୦୭ ଫ୍ରଡ୍ କଲ୍ ଆସିଛି ।...
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ...
ଭୁବନେଶ୍ୱର, ବିବିସି ଇଣ୍ଡିଆନ ସ୍ପୋର୍ଟ୍ସଓମେନ ଅଫ ଦି ଇୟର ଭାବେ ମନୋନୀତ ହୋଇଥିବାରୁ ଧାବିକା ଦୁତୀଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଭୁବନେଶ୍ୱର, ପୁରୀ ଶ୍ରୀମନ୍ଦିର ପାଇଁ ନୋଟିଫିକେସନ ସମ୍ପର୍କିତ ବିବାଦ ସରିଲା ଭଲ ହେଲା । ହେଲେ ଏହିପରି ସ୍ପର୍ଶକାତର ସାର୍କୁଲାର ପୁରୀ ପାଇଁ...
ଭୁବନେଶ୍ୱର,ଆଜି ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ଟନରୁ ଅଧିକ ଧାନ ସଂଗ୍ରହ କରା ଯାଇଛି । ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର...
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୧୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୭୯୭...
